29.7 C
Bhubaneswar
Thursday, June 5, 2025
Homeଦେଶ ବିଦେଶନିର୍ଯାତନା ସହିନପାରି ଆତ୍ମହତ୍ୟା କଲା ସ୍ତ୍ରୀ

ନିର୍ଯାତନା ସହିନପାରି ଆତ୍ମହତ୍ୟା କଲା ସ୍ତ୍ରୀ

ନୂଆଦିଲ୍ଲୀ: ଆଜି ସାବିତ୍ରୀ । ସ୍ତ୍ରୀମାନେ ତାଙ୍କ ସ୍ୱାମୀଙ୍କୁ ଇହକାଳ ଓ ଜନ୍ମ ଜନ୍ମର ସାଥୀ ବୋଲି ଭାବନ୍ତି । ହେଲେ ଆଜି ଭଳି ଦିନରେ ଏକ ଅଶୋଭନୀୟ ଘଟଣା ସାମ୍ନାକୁ ଆସିଛି । ଦୁନିଆ ଛାଡିବା ପୂର୍ବରୁ ନିଜ ଫୋନରେ ଭିଡିଓ କରି ନିଜର କିଛି କଥା ସେୟାର କରି ୨୩ ବର୍ଷୀୟ ମହିଳା ଆତ୍ମହତ୍ୟା କରିଛନ୍ତି । ଏଭଳି ଦୁଃଖଦ ଘଟଣା ଉତ୍ତରପ୍ରଦେଶର ମୁରାଦାବାଦରେ ଘଟିଛି । ଅମ୍ରିନ ଜାହାନ ଚାରି ମାସ ପୂର୍ବେ ବିବାହ କରିଥିଲେ । ତାଙ୍କ ଶାଶୁ ଘରେ ରହୁଥିଲେ । ହେଲେ ମୃତ୍ୟୁ ପୂର୍ବରୁ ଭିଡିଓରେ କିଛି ଅକୁହା କଥା କହି ଆତ୍ମହତ୍ୟା କରିଥିଲେ । ଅମ୍ରିନ କହିଛନ୍ତି, ମୁଁ ଗର୍ଭପାତ ଥିବା ସମୟରେ ମୋ ଶାଶୁ ଘର ଲୋକେ ମୋତେ ହଇରାଣ କରୁଥିଲେ । ମୋ ରୁମର ବିଦ୍ୟୁତ କାଟି ଦେଉଥିଲେ । ଆହୁରି କହିଛନ୍ତି , ଯେତେବେଳେ ମୁଁ ଅସୁସ୍ଥ ଥିଲି ମୋତେ ମୋ ଶାଶୁ ଘର ଲୋକେ ସାହାଯ୍ୟ କରିଥିଲେ । ଏଥିପାଇଁ ସେମାନେ କହୁଛନ୍ତି, ତୋର ଚିକିତ୍ସା ପାଇଁ ଟଙ୍କା ଦେଇ ବଡ ଭୁଲ କରିଦେଲି । କେବଳ ଏତିକି ନୁହେଁ, ମୋ ସ୍ୱାମୀ ମୋତେ ଆସି କୁହନ୍ତି ତୁମେ କାହିଁକି ମରୁନାହଁ । ଆଉ ଏହି ସମାନ କଥା ଶାଶୁ ଶ୍ୱଶୁର ମଧ୍ୟ କୁହନ୍ତି । ଶେଷରେ ଅମ୍ରିନ କହିଛନ୍ତି, ମୋ ମୃତ୍ୟୁ ପାଇଁ ମୋ ଶାଶୁ ଘର ଲୋକେ ଦାୟୀ । ଏହି ହୃଦୟବିଦାରକ କଥା କ୍ୟାମେରା ଆଗରେ ମରିିବା ପୂର୍ୱରୁ ବଖାଣିଥିଲେ ଅମ୍ରିନ । କୌଣସି ସୂତ୍ରରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଝିଅ ଘର ଲୋକେ ପୋଲିସ ପାଖରେ ଶାଶୁ ଘର ବିରୋଧରେ ଅଭିଯୋଗ କରିଛନ୍ତି । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking