କେନ୍ଦ୍ରାପଡା : ପାନ ଦୋକାନରେ ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବକ୍ତରପୁର ଛକରେ ଥିବା ପାନ ଦୋକାନରେ ନିଆଁ ଲାଗି ଅଘଟଣ ଘଟିଛି । ତେବେ ଧୂପରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି । ପାନ ଦୋକାନରେ ପେଟ୍ରୋଲ ମଧ୍ୟ ବିକ୍ରି ହେଉଥିଲା ।










