କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାରେ ବଡ ଆକ୍ସନ । ଗିରଫ ହେଲେ ମୃତ ଯୁବତୀଙ୍କ ପୁରୁଷ ବନ୍ଧୁ । ଗିରଫ ହେଲେ ପୁରୁଷ ବନ୍ଧୁ ପ୍ରମୋଦ ବେହେରା । ମୃତ ଯୁବତୀଙ୍କ ଅଶ୍ଳୀଳ ଫଟୋ ପ୍ରମୋଦଙ୍କ ମୋବାଇଲରୁ ମିଳିଛି । ପ୍ରମୋଦ ଘଟଣା ଘଟିବାର କିଛି ସମୟ ପୂର୍ବରୁ ଫୋନ ଯୋଗେ ଯୁବତୀଙ୍କ ସହ କଥା ହୋଇଥିଲେ । ଜୁଲାଇ ୧୭ରେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ତାଙ୍କ ବାପାଙ୍କ ପାଖକୁ ପଠାଇଥିଲେ । ଆଉ ୨ ଜଣଙ୍କ ମୋବାଇଲକୁ ମଧ୍ୟ ଭାଇରାଲ ଉଦ୍ଦେଶ୍ୟରେ ପଠାଇଥିଲେ । କାଠିଆପଡାରେ ଲାଗିଥିବା ସିସିଟିଭିରୁ ଆଉ କିଛି ତଥ୍ୟ ହସ୍ତଗତ ହୋଇଛି । ମୃତକଙ୍କ ବାପା ଘରୁ ଯିବାର ଓ ଫେରିବାର ଦୃଶ୍ୟ ହସ୍ତଗତ ହୋଇଛି । ସେହିଦିନ ୧୧ଟା ୪୦ ବେଳେ ଗାଁରେ ଲୋକଙ୍କ ଧାଁ ଦୌଡ ସାମ୍ନାକୁ ଆସିଛି । ଏନେଇ ସୂଚନା ଦେଇଛନ୍ତି ଏସ୍ପି । ଅନ୍ୟପଟେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଗରେ ଶତାଧିକ ଲୋକଙ୍କ ଧାରଣା । କାଠିଆପଡା ପୀଡିତାଙ୍କ ପୁରୁଷ ବନ୍ଧୁ ପରିବାର ଲୋକଙ୍କ ଧାରଣା । ଧାରଣା ଦେଇଛନ୍ତି ପୁରୁଷ ବନ୍ଧୁ ପରିବାର ସହ ଶତାଧିକ ଲୋକ । ଅଭିଯୁକ୍ତ ପ୍ରମୋଦ ବେହେରାଙ୍କ ବାପାଙ୍କ ଆତ୍ମାହୁତି ଧମକ। ପ୍ରତିଷେଧକ ବ୍ୟବସ୍ଥା ପାଇଁ ଅଗ୍ନିଶମ ବାହିନୀ ଗାଡ଼ି ସହ ପହଞ୍ଚିଲେ। କିଛି ଅଘଟଣ ଏଡ଼ାଇବାକୁ ପୋଲିସ ଓ ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି।









