ନୂଆଦିଲ୍ଲୀ: ସ୍ୱାମା- ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଏହା ତ ସ୍ୱାଭାବିକ । ଯଦି ଝଗଡା ଦାଣ୍ଡରେ ପଡି ହାଟରେ ଗଡୁଛି ତାହା ବଡ ଘଟଣା ହୋଇଥିବ ବୋଲି ଆମେ ଭାବିଥାଉ । କିଛି ସମୟ ପୂର୍ୱରୁ ଉଭୟେ କିଛି କଥାକୁ ନେଇ ଯୁକ୍ତିତର୍କ କରୁଥିଲେ । ପରେ ଏହା ଶୀରୀରିକ ଝଗଡାରେ ପରିଣତ ହୋଇଥିଲା । ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।
A disturbing video shows a wife publicly Slapping her husband just because he isn’t earning
pic.twitter.com/UqEJ7xITbW— Ghar Ke Kalesh (@gharkekalesh) April 8, 2025
ସ୍ୱାମୀ କିଛି ରୋଜଗାର କରୁନାହିଁ । ସ୍ତ୍ରୀ ଟଙ୍କାରେ ଚଳୁଛି । ସ୍ତ୍ରୀଟିଏ ବିଚ ରାସ୍ତାରେ ସ୍ୱାମୀକୁ ଚାପୁଡା ମାରି ଗାଳି ଗୁଲଜ କରୁଛି । ସ୍ତ୍ରୀଟିଏ ସ୍ୱୀମାକୁ ଅତି ନିଷ୍ଠୁର ଭାବେ ମାଡ ମାରୁଛି । ହେଲେ ଆଖପାଖରେ ଥିବା ପତ୍ୟେକ୍ଷଦର୍ଶୀମାନେ ମହିଳାଙ୍କୁ ରୋକିବାକୁ ଚେଷ୍ଟା କରୁ ନାହାନ୍ତି । କେବଳ ଏତିକି ନୁହେଁ , ମହିଳା ଜଣଙ୍କ ପୁରୁଷଙ୍କ କଲର ଧରି ଗାଳି ଗୁଲଜ କରି , ଚାପୁଡା ଉପରେ ଚାପୁଡା ମାରି ଚାଲୁଛନ୍ତି । ସେତିକି ବେଳେ ସ୍ୱାମୀ ତାଙ୍କ ସ୍ତ୍ରୀକୁ ଅଟକାଇଛନ୍ତି । ଏହି ଭିଡିଓ ଏବେ ସୋଲିଆଲ ମିଡିରେ ଭାଇରାଲ ହେବାରେ ଲାଗିଛି । ମହିଳା ଜଣଙ୍କ କ୍ୟାପସନରେ ଉଲ୍ଲେଖ କରିଥିଲେ ଯେ, ମୋ ସ୍ୱାମୀ କିଛି ରୋଜଗାର କରୁନାହାନ୍ତି , ମୋ ଟଙ୍କାରେ ଚଳୁଛନ୍ତି । ଭିଡିଓଟି ଭାଇରାଲ ହେବା ପରେ ନେଟିଜେନ ମାନେ ମହିଳାଙ୍କ ଏଭଳି ଆଚରଣକୁ ସମାଲୋଚନା କରିଛନ୍ତି । ଆଉ ଜଣେ ୟୁଜର୍ସ ପ୍ରଶ୍ନ କରିଛନ୍ତି , ସର୍ୱ ସାଧାରଣରେ ତାଙ୍କୁ ଲଜ୍ଜିତ କରିବାର ଅଧିକାର ଦେଲା କିଏ । ସେପରି ଅନ୍ୟ ଜଣେ ୟୁଜର୍ସ କହିଛନ୍ତି , କାମ ପାଇଁ ସଂଘର୍ଷ କରିବା ଅପରାଧ ନୁହେଁ । ସାର୍ୱ ଜନୀନ ସ୍ଥାନରେ ମାଡ ମାରିବା ଏହା ଅପରାଧ । ଭିଡିଓକୁ ଦେଖିବା ପରେ ଅନେକ ଲୋକ ନିଜ ନିଜର ଭିନ୍ନ ମତ ବାଢିଥିଲେ ।