27.1 C
Bhubaneswar
Thursday, March 19, 2026
Homeଓଡିଶାମହିଳାଙ୍କୁ କଚାଡ଼ି ମାରିଦେଲା ଦନ୍ତା

ମହିଳାଙ୍କୁ କଚାଡ଼ି ମାରିଦେଲା ଦନ୍ତା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଞ୍ଚଳର ଜଙ୍ଗଲରେ ଦନ୍ତା ମାତିଛି। କେବଳ ୫୫ ନମ୍ବର ଜାତୀୟ ରାଜପଥକଡ଼ରେ ଥିବା ଜଙ୍ଗଲ ନୁହେଁ। ବରଂ ଏହି ବ୍ଲକର ଗାଁ ପାଖରେ ଥିବା ଜଙ୍ଗଲରେ ମଧ୍ୟ ହାତୀପଲ ଓ ଗୋଠଛଡ଼ା ଦନ୍ତା ଲୁଛି ରହିଛନ୍ତି। ସାମାନ୍ୟ ଅସାବଧାନ ହେଲେ ଜୀବନ ଯାଇପାରେ। ହାତୀମାନେ ଜଙ୍ଗଲରେ ଲୁଚି ରହିଥିବା ବେଳେ ମନୁଷ୍ୟ ଦେଖିଲେ ରକ୍ତମୁଖା ହେଉଛନ୍ତି। ହାତୀମାନେ ଅତର୍କିତ ଭାବେ ଆକ୍ରମଣ କରୁଛନ୍ତି। ଧାନ ଅମଳ ସମୟ ହୋଇଥିବାରୁ ଗୋଠଛଡ଼ା ଦନ୍ତା ଓ ହାତୀପଲ କ୍ଷେତରେ ଉପଦ୍ରବ ସୃଷ୍ଟି କରୁଛନ୍ତି। ଜଙ୍ଗଲ ନିକଟକୁ ଲାଗିଥିବା ଗାଁର ଲୋକେ ଭୟଭୀତ ହୋଇଯାଇଛନ୍ତି। ଦିନ ଦି‘ପ୍ରହରରେ ମଧ୍ୟ ବାହାରିବାକୁ ଭୟ କରୁଛନ୍ତି। ଏହାର କାରଣ ପ୍ରାୟ ଏକ ମାସ ମଧ୍ୟରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ହୋଇସାରିଛି। ଆଜି ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଯୁଯୁମୁରା ବ୍ଲକ ଗଡ଼ଲୋଇସିଂହ ପଞ୍ଚାୟତ ଅଧୀନ ଜାମୁଜୁରିର ପ୍ୟାରୀ ଲୁଗୁନ((୫୦)। ଗୁରୁବାର ଅପରାହ୍‌ଣ ପ୍ରାୟ ସାଢେ଼ ୩ଟା ବେଳେ ନିକଟସ୍ଥ ପତ୍ରା ଜଙ୍ଗଲକୁ ପତ୍ର ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡିଯାଇଥିଲେ। ଅଚାନକ ହାତୀକୁ ଦେଖି ଘଟଣାସ୍ଥଳରୁ ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ହାତୀଟି ଅତି ନିକଟରେ ଥିବାରୁ ସେଠାରୁ ସେ ଯାଇପାରି ନଥିଲେ। ଫଳରେ ହାତୀଟି ମହିଳାଙ୍କୁ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ହିଁ ପ୍ୟାରୀଙ୍କର ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking