26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଋଣ ସୁଝି ନପାରିବାରୁ ମହିଳାଙ୍କୁ ଲଣ୍ଡା କଲେ

ଋଣ ସୁଝି ନପାରିବାରୁ ମହିଳାଙ୍କୁ ଲଣ୍ଡା କଲେ

ଅଗରତାଲା: ତ୍ରିପୁରାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ଋଣ ସୁଝିନପାରିବାରୁ କିଛି ସ୍ଥାନୀୟ ଲୋକ ମିିଶି ତାଙ୍କୁ ଲଣ୍ଡା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ହେଉଛି ତ୍ରିପୁରାର ସେପାହିଜାଲା ଜିଲ୍ଲାର ବିଶାଳଗଡ଼ର ଲାଲସିଂମୁରା ଅଞ୍ଚଳର। ଜାଣିବାକୁ ମିଳିଛି ଯେ ଉକ୍ତ ମହିଳା ଜଣଙ୍କୁ କିଛି ମହିଳା ମିଶି କରି ଲଣ୍ଡା କରିଛନ୍ତି। ଘଟଣା ସଂପର୍କରେ ସୂଚନା ପାଇବା ପରେ ବିଶାଳଗଡ଼ ମହିଳା ପୁଲିସ ଷ୍ଟେସନର ପୁଲିସ ପୀଡିତାଙ୍କୁ ଉଦ୍ଧାର କରି ସୁରକ୍ଷା ପ୍ରଦାନ କରିବା ସହ ପ୍ରାରମ୍ଭିକ ତଦନ୍ତ ପାଇଁ ପୁଲିସ୍‌ ଷ୍ଟେସନକୁ ଆଣିଥିଲେ। ଘଟଣାର ତଦନ୍ତ କରୁଥିବା ବିଶାଳଗଡ଼ ମହିଳା ପୁଲିସ ଷ୍ଟେସନର ଇନଚାର୍ଜ ଇନ୍ସପେକ୍ଟର ଶିଉଲୀ ଦାସ କହିଛନ୍ତି ଯେ ‘‘ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ସଦସ୍ୟମାନେ ଏପରି କାଣ୍ଡ କରିଥିବା ଜଣାପଡ଼ିଛି।’’

ପୀଡିତା ଅଭିଯୋଗ କରିଛନ୍ତି ଯେ କିଛି ମହିଳା ତାଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କ ମୁଣ୍ଡର ଅଧା ଲଣ୍ଡା କରିଥିଲେ। ମହିଳା ଜଣକ ଗୋଷ୍ଠୀରୁ ଟଙ୍କା କରଜ ନେଇ ନଫେରାଇବାରୁ ସେମାନେ ଏପରି କରିଛନ୍ତି। ଏହି ଋଣକୁ ନେଇ ଅନେକ ଦିନ ହେବ ବିବାଦ ଲାଗି ରହିଥିଲା ବୋଲି ତଦନ୍ତ ପରେ ପୁଲିସ୍ ଅଧିକାରୀ ଗଣମାଧ୍ୟମରେ ଜଣାଇଛନ୍ତି। ପୀଡିତା ମହିଳା ଜଣକ ଏହି ଭୟଙ୍କର ଘଟଣା ବର୍ଣ୍ଣନା କରି କହିଛନ୍ତି ଯେ ସେ ରୋଷେଇ ଘରେ ଥିବା ସମୟରେ ପ୍ରାୟ ୧୫-୨୦ ଜଣ ସ୍ଥାନୀୟ ମହିଳା ତାଙ୍କ ଘରକୁ ପଶି ଆସିଥିଲେ। ସେହି ଗୋଷ୍ଠୀ ତାଙ୍କୁ ବାହାରକୁ ଟାଣି ଆଣିଥିଲେ। ଭର୍ତ୍ସନା କରିଥିଲେ ଓ ଆକ୍ରମଣ ବି କରିଥିଲେ। ଶେଷରେ ତାଙ୍କ ମୁଣ୍ଡର ଅଧା ଭାଗ ଲଣ୍ଡା କରିଥିଲେ। ସେ ଆହୁରି କହିଛନ୍ତି ଯେ ଆକ୍ରମଣକାରୀମାନେ ତାଙ୍କ ସ୍ୱାମୀଙ୍କ ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀରୁ ଋଣ ନିଆଯାଇଥିବା ଟଙ୍କା ତୁରନ୍ତ ଫେରାଇବାକୁ ଦାବି କରିଥିଲେ। ଯାହାକୁ ଏହି କାଣ୍ଡର ମୂଳ କାରଣ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking