19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶପର୍ଣ୍ଣ ଭିଡିଓ ପାଇଁ ମନା କଲାରୁ ଯୁବତୀଙ୍କୁ ଆକ୍ରମଣ

ପର୍ଣ୍ଣ ଭିଡିଓ ପାଇଁ ମନା କଲାରୁ ଯୁବତୀଙ୍କୁ ଆକ୍ରମଣ

କୋଲକାତା: ଅଶ୍ଳୀଳ ଫିଲ୍ମ କରିବାକୁ ମନା କରିବାରୁ ମହିଳାଙ୍କ ଉପରେ ଆକ୍ରମଣ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଲିକତାରେ। ଯେଉଁ ଘଟଣା ବିଷୟରେ ଜାଣି ପଶ୍ଚିମବଙ୍ଗର ହାଓଡ଼ା ପୋଲିସ ଏକ ବଡ ରାକେଟର ପର୍ଦ୍ଦାଫାଶ କରିଛି। ପୁଲିସଙ୍କ କହିବା ଅନୁସାରେ, ଅଭିଯୁକ୍ତ ୨ ଜଣ ହେଉଛନ୍ତି ମାଆ ଆଉ ପୁଅ। ଯିଏ କି ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି ପରିଚାଳନା ନାଁରେ “ସଫ୍ଟ ପର୍ଣ୍ଣୋଗ୍ରାଫିକ୍ ରିଲ୍” ପ୍ରଡକ୍ସନ୍ ହାଉସ୍ ଏବଂ ଏକ ସେକ୍ସ ରାକେଟ ଚଳାନ୍ତି।

ସେମାନେ ଫେସବୁକ ମାଧ୍ୟମରେ ହେଉ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଝିଅ ମାନଙ୍କୁ ଅଧିକ ଟଙ୍କାରେ ଚାକିରୀ ଦେବାର ଲୋଭ ଦେଖାଇ ଡୋମଜୁର ବାସଭବନକୁ ଡାକି ଖରାପ କାମ କରିବାକୁ ବାଧ୍ୟ କରନ୍ତି ଏବଂ ଯଦି ଝିଅ ରାଜି ନହେଲା ତାହେଲେ ତାଙ୍କ ଉପରେ ଆକ୍ରମଣ କରନ୍ତି। ସେହିପରି ଏହି ୨୩ ବର୍ଷୀୟା ପୀଡିତା ଜଣଙ୍କୁ ମଧ୍ୟ ଫେସବୁକରେ ଚାକିରୀ ଦେବା ପାଇଁ ଡାକି ଅଶ୍ଳୀଳ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ବାଧ୍ୟ କରିଥିଲେ ୨ ଅଭିଯୁକ୍ତ। ଯେତେବେଳେ ପୀଡିତା ଜଣଙ୍କ ରାଜି ହୋଇନଥିଲେ ସେତେବେଳେ ସେହି ମା ପୁଅ ତାଙ୍କୁ ଡୋମଜୁର ବାସଭବନକୁ ଡାକି ତାଙ୍କ ଉପରେ ଆକ୍ରମଣ କରିଥିଲେ। ଯାହାଫଳରେ, ପୀଡିତା ଗୁରୁତର ହେବା ସହ କଲେଜ ଅଫ୍ ମେଡିସିନ୍ ଏବଂ ସାଗୋର ଦତ୍ତ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। କେବଳ ସେତିକି ନୁହେଁ, ପୀଡ଼ିତାଙ୍କ ମୋବାଇଲ ମଧ୍ୟ ୨ ଅଭିଯୁକ୍ତ ନେଇଯାଇଥିବା କୁହାଯାଉଛି। ଏସବୁ ଘଟଣା ବିଷୟରେ ପୁଲିସ ଜାଣିବା ପରେ ଫେରାର ଥିବା ସେହି ଅଭିଯୁକ୍ତ ମା ପୁଅର ଯୋଡିକୁ ପୁଲିସ ଖୋଜୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking