26.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶକଟା ନାକକୁ ବ୍ୟାଗରେ ପୁରାଇ ହସ୍ପିଟାଲରେ ପହଞ୍ଚିଲେ ମହିଳା

କଟା ନାକକୁ ବ୍ୟାଗରେ ପୁରାଇ ହସ୍ପିଟାଲରେ ପହଞ୍ଚିଲେ ମହିଳା

ନୂଆଦିଲ୍ଲୀ: ରାଜସ୍ଥାନର ଜାଲୋର ଜିଲ୍ଲାରୁ ସମ୍ପତ୍ତି ବିବାଦକୁ ଏକ ଆଭବନୀୟ ଘଟଣା ସାମ୍ନାକୁ ଆସିଛି। ଭଣଜା ଅନ୍ୟ ସମ୍ପର୍କୀୟଙ୍କ ସହିତ ମିଶି ମାଇଁଙ୍କ ନାକ କାଟି ଦେଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ମହିଳାଙ୍କ ନାମ କୁକି ଦେବୀ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ପୀଡ଼ିତା ମହିଳା କୁକି ଦେବୀ କିଛିଦିନ ହେବ ନିଜ ବାପ ଘରେ ବସବାସ କରୁଥିଲେ। ଏହି ସମୟରେ କୁକିଙ୍କ ଦାଦା ଓ ପୁତୁରାଙ୍କ ମଧ୍ୟରେ ଜମିକୁ ନେଇ ବିବାଦ ଲାଗି ରହିଥିଲା। ଗତ ମଙ୍ଗଳବାର କୁକି ତାଙ୍କ ଭାଉଜ ଓ ପୁଅ ସହିତ ବିବାଦ ଲାଗିଥିବା ଜମିକୁ ଯାଇଥିଲେ। ଏହି ସମୟରେ ଭଣଜା ଓମପ୍ରକାଶ ଅନ୍ୟ କିଛି ସମ୍ପର୍କୀୟଙ୍କ ସହିତ ମିଶି ରାଗି ଯାଇ ପିଉସୀ କୁକିଙ୍କ ଉପରକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଓମପ୍ରକାଶ ପିଉସୀ କୁକିଙ୍କ ନାକ କାଟି ଦେଇଥିଲା। କୁକି ଏହି ଆକ୍ରମଣର ଶିକାର ହେବାପରେ ସାହାସର ସହ କାଟା ନାକକୁ ଏକ ବ୍ୟାଗରେ ଭର୍ତ୍ତି କରି ରକ୍ତାକ୍ତ ଅବସ୍ଥାରେ ଯାଇ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ଡାକ୍ତର କୁକିଙ୍କ ଅବସ୍ଥା ଦେଖି ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସା ପରେ କୁକି ପୂର୍ବ ଅପେକ୍ଷା ସୁସ୍ଥ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking