22.1 C
Bhubaneswar
Thursday, February 12, 2026
Homeଓଡିଶାଫାଇଲେରିଆ ବଟିକା ଖାଇ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଫାଇଲେରିଆ ବଟିକା ଖାଇ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବେଲପଡ଼ା : ବଲାଙ୍ଗିର ଜିଲା ବେଲପଡ଼ା ଥାନା ଅନ୍ତର୍ଗତ ମଧ୍ୟପୁର ଗାଁରେ ଫାଇଲେରିଆ ବଟିକା ଖାଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଆଶାକର୍ମୀଙ୍କ ପରାମର୍ଶ ଅନୁସାରେ ଏହି ଗାଁର ଅଞ୍ଜଳି ନାଏକ ଫାଇଲେରିଆ ବଟିକା ଖାଇବା ପରେ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ତାଙ୍କ ସ୍ବାମୀ ସୁଧୀର ନାଏକ ଅଭିଯୋଗ କରିଛନ୍ତି। ସୁଧୀରଙ୍କ ଅଭିଯୋଗ ଅନୁସାରେ ଗତକାଲି ସକାଳେ ଆଶାକର୍ମୀ ଘରକୁ ଆସି ଏହି ବଟିକା ଦେଇଥିଲେ। ତାଙ୍କ ପରାମର୍ଶ ମୁତାବକ ଅଞ୍ଜଳି ୭ଟି ବଟିକା ଥରକେ ଖାଇବା ପରେ ତାଙ୍କୁ ବାନ୍ତି ହୋଇଥିଲା ଓ ମୁଣ୍ଡ ବୁଲାଇଥିଲା। ପରିବାର ଲୋକେ ତାଙ୍କୁ ବେଲପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଅଞ୍ଜଳିଙ୍କ ଅସ୍ବାଭାବିକ ମୃତ୍ୟୁ ଯୋଗୁଁ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ବେଲପଡ଼ା କଲେଜ ଛକରେ ଲୋକେ ରାସ୍ତାରୋକ କରିଥିବାବେଳେ ପୁଲିସ ପହଞ୍ଚି ବୁଝାସୁଝା କରିଥିଲା। ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାର ତଦନ୍ତ କରାଯିବ ବୋଲି ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ରବୀନ୍ଦ୍ର ମେହେର ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking