21.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶଡିଜିଟାଲ୍ ଆରେଷ୍ଟରେ ମହିଳା ଆଡଭୋକେଟ୍‌; ୯ ଦିନରେ ଲୁଟିନେଲେ ୩.୨୯ କୋଟି ଟଙ୍କା

ଡିଜିଟାଲ୍ ଆରେଷ୍ଟରେ ମହିଳା ଆଡଭୋକେଟ୍‌; ୯ ଦିନରେ ଲୁଟିନେଲେ ୩.୨୯ କୋଟି ଟଙ୍କା

ନୂଆଦିଲ୍ଲୀ: ଦେଶରେ ଏବେ ଡିଜିଟାଲ ଆରେଷ୍ଟ ଭଳି ଠକେଇର ଅନେକ ମାମଲା ସାମ୍ନାକୁ ଆସୁଛି। କିନ୍ତୁ ଏବେ ଏପରି ଏକ ଡିଜିଟାଲ ଆରେଷ୍ଟ ସମ୍ପର୍କୀତ ଘଟଣା ଲୋକଲୋଚନକୁ ଆସିଛି, ଯାହାକି ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି। ରିପୋର୍ଟ ଅନୁସାରେ ଏଥର ଜଣେ ମହିଳା ଆଡଭୋକେଟ୍ ସାଇବର ଠକଙ୍କ ଜାଲରେ ଫସିଛନ୍ତି। ଡିଜିଟାଲ୍ ଆରେଷ୍ଟ ହୋଇ ଏହି ଆଡଭୋକେଟ୍ ଜଣକ ଗତ ୯ ଦିନ ମଧ୍ୟରେ ୩.୨୯ କୋଟି ଟଙ୍କା ହରାଇଛନ୍ତି। ଏହି ଘଟଣା ଜୁନ୍ ୧୦ ତାରିଖରେ ଘଟିଥିବା ବେଳେ ଜୁନ୍ ୨୪ରେ ଜଣାପଡିଥିଲା।

ଉତ୍ତରପ୍ରଦେଶର ନୋଏଡା ଅଞ୍ଚଳରେ ରହୁଥିବା ଜଣେ ବରିଷ୍ଠ ମହିଳା ଆଡଭୋକେଟ୍ (୭୨ବର୍ଷ), ସାଇବର ଠକଙ୍କ ଦ୍ୱାରା ୯ଦିନ ଧରି ଡିଜିଟାଲ୍ ଆରେଷ୍ଟ ହୋଇଥିଲେ। ସାଇବର ଠକମାନେ ମହିଳା ଓକିଲଙ୍କୁ ଫୋନ କରି କହିଥିଲେ, ତାଙ୍କ ଆଧାର କାର୍ଡ ବ୍ୟବହାର କରି ଚାରୋଟି ବ୍ୟାଙ୍କ ଆକାଉଌକ୍ଷଗ୍ଧ; ଖୋଲାଯାଇଛି, ଯାହା ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ବ୍ଲାକମେଲିଂ ଏବଂ ଜୁଆ ପାଇଁ କାରବାର ପାଇଁ ବ୍ୟବହୃତ ହେଉଛି। ଦୁର୍ବୃତ୍ତମାନେ ମହିଳା ଓକିଲଙ୍କୁ କହିଥିଲେ ଯେ ଯଦି ସେ ମାମଲାରେ କ୍ଲିନ ଚିଟ୍ ଚାହାଁନ୍ତି, ତେବେ ତାଙ୍କ ଆକାଉଌକ୍ଷଗ୍ଧ;ରେ ଥିବା ସମସ୍ତ ଟଙ୍କା ଏକ ଆକାଉଌକ୍ଷଗ୍ଧ; ନଂରେ ଟ୍ରାନ୍ସଫର କରନ୍ତୁ। ସେମାନଙ୍କ କଥାରେ ପଡି ମହିଳାଜଣକ ମଧ୍ୟ ୫ ଥରରେ ୩.୨୯ କୋଟି ଟଙ୍କା ସ୍ଥାନାନ୍ତର କରିଥିଲେ। ପରେ ମହିଳାଙ୍କ ସାନପୁଅ ଏସମ୍ପର୍କରେ ଜାଣିପାରି ପୁଲିସ୍‌ର ସହାୟତା ନେଇଥିଲେ। ଠକମାନେ ନିଜକୁ ଶିବ ପ୍ରସାଦ ପ୍ରଦୀପ ସାୱନ୍ତ ଏବଂ ପ୍ରବୀଣ ସୁଦ୍ ବୋଲି ପରିଚୟ ଦେଇଥିଲେ ବୋଲି ମହିଳା ଅଭିଯୋଗରେ ଦର୍ଶାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking