33.1 C
Bhubaneswar
Monday, March 30, 2026
Homeଓଡିଶାରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଷ୍ଟେସନରେ ଛାଡିବା ଆଳ ଦେଖାଇ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ତମାଣ୍ଡୋ ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ସାହାରା ଦେବାକୁ ଯାଇ ପଶ୍ଚିମବଙ୍ଗର ଜଣେ ମହିଳାଙ୍କ ସହ ଜଘନ୍ୟ କାଣ୍ଡ ଘଟାଇଛନ୍ତି ଦୁଇ ଦୁର୍ବୃତ୍ତ । ଏହି ଘଟଣାରେ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ମହିଳା ଜଣଙ୍କ ତାଙ୍କ ସ୍ୱାମୀ ପାଖକୁ ଆସିଥିଲେ ।ଚନ୍ଦକା ଅଞ୍ଚଳରେ ଏକ ଘରୋଇ କାର୍ଯ୍ୟାନୁଷ୍ଠାନରେ କାର୍ଯ୍ୟ କରୁଛନ୍ତି ମହିଳାଙ୍କ ସ୍ୱାମୀଉଭୟ ଭଡା ଘରେ ରହିଥିଲେତେବେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ମହିଳା ଜଣଙ୍କ ରାଗରେ ପୁଣି ପଶ୍ଚିମବଙ୍ଗ ଫେରିଯିବାକୁ ବାହାରିପଡିଥିଲେ । ମହିଳା ଜଣଙ୍କ ଚନ୍ଦକାରୁ ଷ୍ଟେସନ ବାଟ ପାଇନଥିବାରୁ ଜଣେ ଯୁବକ ତାଙ୍କ ପାଖରେ ପହଞ୍ଚି ଷ୍ଟେସନରେ ଛାଡି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଷ୍ଟେସନରେ ଛାଡିଦେବାର ଆଳ ଦେଖାଇ ତମାଣ୍ଡୋ ଥାନା ଅଞ୍ଚଳ ରଣସିଂହପୁରରେ ଥିବା ଏକ ପରିତ୍ୟକ୍ତ ଘରକୁ ମହିଳା ଜଣଙ୍କୁ ନେଇ ତାଙ୍କର ଆଉ ଏକ ସହେଯାଗୀକୁ ଡାକିଥିଲେ । ସେତେବେଳେ ମହିଳା ଜଣଙ୍କ ପାଟି କରିବାରୁ ସେମାନେ ତାଙ୍କ ପାଟିକୁ ବନ୍ଦ କରି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ପରେ ଦୁଇ ଜଣ ଦୁର୍ବୃତ୍ତ ମହିଳାଙ୍କୁ ଏକୁଟିଆ ଛାଡି ଘଟଣାସ୍ଥଳରୁ ଚାଲିଯାଇଥିଲେ । ତେବେ ମହିଳା ଜଣଙ୍କ ବେସାହାରା ଅବସ୍ଥାରେ ତମାଣ୍ଡୋ ଥାନାରେ ପହଂଚି ଲିଖିତ ଅଭିଯୋଗ କରିଥିଲେ । ପରେ ଥାନା ପକ୍ଷରୁ ମହିଳାଙ୍କର ଡାକ୍ତରୀ ମାଇନା କରାଯାଇଥିଲା । ତାଙ୍କର ବୟାନ ରେକର୍ଡ କରାଯାଇଥିଲା । ପରେ ମହିଳାଙ୍କ ଅଭିଯୋଗ ଆଧାରରେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସବୁ ତଥ୍ୟ ପ୍ରମାଣ ମିଳିଥିଲା। ସେତେବେଳେ ଦୁଇ ଅଭିଯୁକ୍ତକୁ ଅଭିଯୁକ୍ତକୁ କାବୁ କରିବା ସହିତ ଆଜି କୋର୍ଟ ଚାଲାଣ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking