17.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଡାହାଣୀ ସନ୍ଦେହ: ପରିବାରର ୫ ସଦସ୍ୟଙ୍କୁ ପିଟି ପିଟି ହତ୍ୟା

ଡାହାଣୀ ସନ୍ଦେହ: ପରିବାରର ୫ ସଦସ୍ୟଙ୍କୁ ପିଟି ପିଟି ହତ୍ୟା

ପାଟନା: ବିହାରରେ ଜଣେ ମହିଳାଙ୍କୁ ଡାହାଣୀ ବୋଲି ସନ୍ଦେହ କରାଯିବା ଅଭିଯୋଗରେ ତାଙ୍କ ପରିବାରର ୫ ସଦସ୍ୟଙ୍କୁ ପିଟିପିଟି ହତ୍ୟା କରାଯିବା ଭଳି ଅତ୍ୟନ୍ତ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ବିହାରର ପୂର୍ଣ୍ଣିଆ ଜିଲ୍ଲା ମୁଫାସିଲ ଥାନା ଅନ୍ତର୍ଗତ ତେଟଗାମ ଗାଁରେ ଗୋଟିଏ ପରିବାରର ୫ ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଅଭିଯୁକ୍ତମାନେ ଏତିକିରେ ଶାନ୍ତ ପଡ଼ିନାହାନ୍ତି । ହତ୍ୟା କରିବାପରେ ସେମାନେ ମୃତକଙ୍କ ମୃତଦେହଗୁଡ଼ିକୁ ପେଟ୍ରୋଲ ଢ଼ାଳି ନିଆଁ ମଧ୍ୟ ଲଗାଇଦେଇଛନ୍ତି ।

ପୁଲିସ୍ ରିପୋର୍ଟ ଅନୁସାରେ ଗାଁରେ ବେଶ୍ କିଛି ଦିନ ଅସ୍ୱାଭାବିକ ମୃତ୍ୟୁ ଦେଖିବାକୁ ମିଳୁଥିଲା । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହିଳା, ବୟସ୍କ ଲୋକମାନେ ମଧ୍ୟ ପ୍ରାଣେ ହରାଉଥିଲେ । ତେବେ ଏସବୁ ପାଇଁ ଗ୍ରାମବାସୀମାନେ ସୀତା ଦେବୀ ନାମ୍ନୀ ଜଣେ ବୟସ୍କା ମହିଳାଙ୍କୁ ଦାୟୀ କରିଥିଲେ । ସୀତା ଦେବୀ ହିଁ ଡାହାଣୀ ବୋଲି ସନ୍ଦେହ କରି ଗାଁର ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ଏକଜୁଟ୍ ହୋଇଥିଲେ ଏବଂ ତାଙ୍କୁ ଘେରି ମାଡ଼ ମାରିବା ଆରମ୍ଭ କରିଦେଇଥିଲେ । ମହିଳାଙ୍କ ସ୍ୱାମୀ ବାବୁଲାଲ ଓରାଓଁ ଏବଂ ତାଙ୍କ ପରିବାରର ଅନ୍ୟ ୩ ସଦସ୍ୟ (ମା କାଟୋ ମାସୋମତ, ପୁଅ ମନଜିତ ଓରାଓଁ ଏବଂ ବୋହୂ ରାଣୀ ଦେବୀ) ମହିଳାଙ୍କୁ ଉଦ୍ଧାର କରିବାକୁ ଆସି ଭିଡର ଶିକାର ହୋଇଥିଲେ । ଅଭିଯୁକ୍ତମାନେ ଏମାନଙ୍କୁ ଭୀଷଣ ମାଡ଼ ମାରିଥିଲେ ଯେଉଁଥିରେ ଘଟଣାସ୍ଥଳରେ ହିଁ ପୀଡିତା ମହିଳା, ତାଙ୍କ ସ୍ୱାମୀ ଏବଂ ପରିବାରର ଅନ୍ୟ ୩ ସଦସ୍ୟଙ୍କୁ ମିଶାଇ ମୋଟ୍ ୫ଜଣ ପ୍ରାଣ ହରାଇଥିଲେ । ପରେ ଅଭିଯୁକ୍ତମାନେ ସେମାନଙ୍କ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଥିଲେ ଏବଂ ଫେରାର ହୋଇଯାଇଥିଲେ ।

ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନିଜ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି । ଘଟଣା ଦେଖି ପୋଲିସ ଗାଁରେ ପୁଲିସ୍ ଫୋର୍ସ ମୁତୟନ କରିଛି । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ଥାନେ ସ୍ଥାନେ ଚଢ଼ାଉ ଆରମ୍ଭ କରିଛି । ପ୍ରାରମ୍ଭିକ ତଦନ୍ତ ପରେ ପୋଲିସ ଏହି ଘଟଣାକୁ ତନ୍ତ୍ର-ମନ୍ତ୍ର ସହିତ ଜଡିତ ବୋଲି ବର୍ଣ୍ଣନା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking