21.1 C
Bhubaneswar
Saturday, February 7, 2026
Homeଓଡିଶା୧୭ ଯାଏଁ ଜାରି ରହିବ ଶୀତ!

୧୭ ଯାଏଁ ଜାରି ରହିବ ଶୀତ!

ଭୁବନେଶ୍ୱର: ରାଜ୍ୟରେ ୧୭ ତାରିଖ ଯାଏଁ ଜାରି ରହିବ ଶୀତ। ପଶ୍ଚିମାଝଡ ପ୍ରଭାବରେ ୧୮ରୁ ତାପମାତ୍ରା ବୃଦ୍ଧି ସହ ଶୀତରେ ଲାଗିବ ବ୍ରେକ୍ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ଉମାଶଙ୍କର ଦାସ। ରାଜ୍ୟର ବିଭିନ୍ନ ସହରରେ ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବାବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି ନିମ୍ନଗାମୀ ହେବ। ଫଳରେ ଶୀତ ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। କେନ୍ଦ୍ରର ସୂଚନାନୁସାରେ, ଆଗାମୀ ୩ଦିନ ସାରା ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ବିଭିନ୍ନ ଜିଲାକୁ ସତର୍କ କରାଯାଇଛି। ମଙ୍ଗଳବାର ଓ ବୁଧବାର ଝାରସୁଗୁଡା, ଅନୁଗୋଳ ଏବଂ ବୌଦ୍ଧ ଜିଲାକୁ ଥଣ୍ଡା ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଥିବାବେଳେ ଗୁରୁବାର ସୁନ୍ଦରଗଡ଼, ଝାରସୁଗୁଡା, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଜିଲାକୁ ଆଲର୍ଟ ଜାରି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking