ଭୁବନେଶ୍ୱର: ରାଜ୍ୟରେ ଆଉ ସପ୍ତାହେ ଯାଏଁ ଶୀତରୁ ନାହିଁ ନିସ୍ତାର । ରାଜ୍ୟର ଅନେକ ସ୍ଥାନରେ ତଳ ମୁହାଁ ରହିପାରେ ପାରଦ । ଏନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ୧୮ ଯାଏଁ ରାଜ୍ୟରେ ଶୀତ ଲହରିର ସମ୍ଭାବନା ଅଧିକ ରହିଛି । ସେହିପରି ୧୯ରୁ ୨୫ ତାରିଖ ଯାଏଁ ରାତି ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିପାରେ ବଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନୀ । ଶୀତଲହରୀରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ । ପାରଦ ସ୍ତର ସେମିଳିଗୁଡାରେ ୩.୫ ଡିଗ୍ରୀ ରେକର୍ଡ ହୋଇଛି । ଜି ଉଦୟଗୁରିରେ ୪ ଡିଗ୍ରୀ, ଫୁଲବାଣୀରେ ୫.୨ ଡିଗ୍ରୀ, ଝାରସୁଗୁଡାରେ ୬.୮ ଡିଗ୍ରୀ, ରାଉରକେଲାରେ ୬.୬ ଡିଗ୍ରୀ ଓ ଦାରିଙ୍ଗିବାଡିରେ ୭ ଡିଗ୍ରୀ ରେକର୍ଡ ହୋଇଛି ।









