24.1 C
Bhubaneswar
Tuesday, December 23, 2025
Homeଓଡିଶାଶୀତ ଲହରୀ: କୋରାପୁଟରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

ଶୀତ ଲହରୀ: କୋରାପୁଟରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି, ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି ରହିଛି । ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା କୋରାପୁଟ ଠାରେ ୫.୫ ଡିଗ୍ରୀ ରେକର୍ଡ ହୋଇଛି । ଜି. ଉଦୟଗିରି ୬.୮ ଡିଗ୍ରୀ ଦାରିଙ୍ଗିବାଡିରେ ୭ ଡିଗ୍ରୀ , ସେମିଳିଗୁଡା ଓ ଫୁଲବାଣୀରେ ୮ ଡିଗ୍ରୀ ବୌଦ୍ଧରେ ୯.୨ ଡିଗ୍ରୀ , ଚିପିଲିମା ଓ ରାଉରକେଲାରେ ୯.୯ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଅନୁଗୁଳ ଓ ଭବାନୀ ପାଟଣାରେ ୧୦ ଡିଗ୍ରୀ, ଝାରସୁଗୁଡାରେ ୧୦.୪ ଡିଗ୍ରୀ ଓ ବଲାଙ୍ଗୀରରେ ୧୦. ୮ ଡିଗ୍ରୀ ରାତି ପାରଦ ରହିଥିଲା । ରାଜଧାନୀ ଭୁବନେଶ୍ୱରରେ ରାତି ତାପମାତ୍ରା ୧୩.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ରହିଥିଲା ୧୨.୪ ଡିଗ୍ରି । ଆସନ୍ତା ୪ ଦିନ ଯାଏଁ ସୁନ୍ଦରଗଡ , ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର ଓ ସୋନପୁରରେ ଘନ କୁହୁଡି ପଡିବାର ସମ୍ଭାବନାକୁ ନେଇ ୟେଲ୍ଲ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ଶୀତ ଲହରୀ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking