26.1 C
Bhubaneswar
Monday, December 15, 2025
Homeଓଡିଶାରାଜ୍ୟରେ ଜାରି ରହିଛି ଶୀତ ପ୍ରବାହ

ରାଜ୍ୟରେ ଜାରି ରହିଛି ଶୀତ ପ୍ରବାହ

ଭୁବନେଶ୍ୱର: ଶୀତ ଲହରୀରେ ଥରହର ଓଡିଶା । ଭୋରରୁ ବାହାରକୁ ବାହାରିବା ମୁସକିଲ ହୋଇପଡୁଛି । ଫୁଲବାଣୀରେ ସବୁଠୁ କମ ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଛି । ଆହୁରି ଶୁଖିଲା ପାଗ ରହି ଶୀତ ଜାରି ରହିବ । ଏନେଇ ଅନୁମାନ କରିଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବୃଦ୍ଧି ଘଟିବ ବୋଲି ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟାରେ ରାଉରକେଲାରେ ସାମାନ୍ୟ କୁହୁଡିର ପ୍ରଭାବ ଦେଖିବାକୁ ମିଳିଥିଲା । ସୁନ୍ଦରଗଡ , କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । କେତେକ ସ୍ଥାନରେ ପପାରଦ ସ୍ୱାଭାବିକଠାରୁ ୬ଡିଗ୍ରୀ ଯାଏଁ କମ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking