ଭୁବନେଶ୍ୱର: ଚଳିତ ବର୍ଷ ମନ୍ଦିର ପ୍ରଶାସନର ନିଶ୍ପତ୍ତି ଅନୁଯାୟୀ ଭୁବନେଶ୍ୱରର ଲିଙ୍ଗରାଜରେ ଧୁମଧାମରେ ପାଳନ ହେବ ଶୀତଳଷଷ୍ଠୀ । ମେ ୩୦ରେ ବିବାହ, ମେ ୩୧ ଶନିବାରରେ ଶୀତଳଷଷ୍ଠୀ କମିଟିର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ରାତି ୯ଟାରୁ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବ । ଚଳିତବର୍ଷ ଶୀତଳଷଷ୍ଠୀ ପ୍ରସ୍ତୁତି ଜେରସୋର କରାଯାଇଛି । ସେଠାରେ ୪୦ ପ୍ରକାର ନୃତ୍ୟ ପରିବେଶଣ କରାଯିବ । ଉତ୍ତରପ୍ରଦେଶର ଅଘୋରୀ ନୃତ୍ୟ, ଓଡିଶାର ଗୋଟିପୁଅ, ଘଣ୍ଟ, ବାରିପଦା ଛଉ, ସମ୍ବଲପୁରୀ ପରିବେଶଣ କରି ବଡଦାଣ୍ଡରେ ଶୋଭାଯାତ୍ରା କରାଯିବ । ଏହାସହ ରାଜ୍ୟ ସରକାର , ବିଏମସି ଓ ପୋଲିସର ସହେଯାଗ କାମନା ରହିଛି ।