30.1 C
Bhubaneswar
Friday, May 9, 2025
Homeଦେଶ ବିଦେଶରାସ୍ତା ମଝିରେ ୱିଙ୍ଗ୍ କମାଣ୍ଡର ଏବଂ ସ୍କ୍ୱାର୍ଡନ ଲିଡର ପତ୍ନୀଙ୍କୁ ଆକ୍ରମଣ

ରାସ୍ତା ମଝିରେ ୱିଙ୍ଗ୍ କମାଣ୍ଡର ଏବଂ ସ୍କ୍ୱାର୍ଡନ ଲିଡର ପତ୍ନୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଭାରତୀୟ ବାୟୁସେନାର ଜଣେ ୱିଙ୍ଗ୍ କମାଣ୍ଡର ଏବଂ ତାଙ୍କ ପତ୍ନୀ (ସ୍କ୍ୱାର୍ଡନ ଲିଡର)ଙ୍କ ଉପରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରିପୋର୍ଟ ଅନୁସାରେ ଉଭୟ ୱିଙ୍ଗ୍ କମାଣ୍ଡର ବୋଷ୍ ଏବଂ ସ୍କ୍ୱାର୍ଡନ ଲିଡର ଭାବେ ନିୟୋଜିତ ପତ୍ନୀ ମଧୁମିତା ନିଜ କାର୍ ଯୋଗେ ବିମାନବନ୍ଦର ଅଭିମୁଖେ ଯାଉଥିବା ସମୟରେ ସେମାନଙ୍କ ସହ ଏହି ଅଘଟଣ ଘଟିଛି ।

ଅଭିଯୋଗ ଅନୁସାରେ ଏହି ଭାରତୀୟ ସେନା ଦମ୍ପତି ବେଙ୍ଗାଲୁରୁର ସିଭି ରମଣ ନଗରରେ ଅବସ୍ଥିତ ଡିଆରଡିଓ କଲୋନି (ନିଜ ଘର)ରୁ ବାହାରି ବିମାନବନ୍ଦର ଆଡ଼କୁ ଯାଉଥିଲେ । ଗାଡ଼ି ମଧୁମିତା ଚଳାଉଥିଲେ । ଠିକ୍ ଏହି ସମୟରେ ଜଣେ ବାଇକ୍ ଚାଳକ ପଛପଟୁ ଆସି ତାଙ୍କ ଗାଡ଼ିକୁ ଅଟକାଇ କନ୍ନଡ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ । ୱିଙ୍ଗ୍ କମାଣ୍ଡର ବୋଷ୍ ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ବି ଭିଡ଼ ବଢ଼ିବା ସହ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା ।

ଅଭିଯୁକ୍ତମାନେ ମଧୁମିତାଙ୍କୁ ଗାଳି କରିବାରୁ ୱିଙ୍ଗ କମାଣ୍ଡର ସହି ନପାରି ଗାଡ଼ିରୁ ବାହାରକୁ ଆସିଥିଲେ । ଏହି ସମୟରେ ଅଭିଯୁକ୍ତ ବାଇକ୍ ଚାବିରେ ତାଙ୍କୁ ଆକ୍ରମଣ କରିଥିଲା, ଯାହାଦ୍ୱାରା ତାଙ୍କ କପାଳରେ ଆଘାତ ଲାଗିଥିଲା ଏବଂ ସେ ରକ୍ତାକ୍ତ ହୋଇପଡିଥିଲେ । ଏହା ପରେ କିଛି ଅଭିଯୁକ୍ତ, ୱିଙ୍ଗ କମାଣ୍ଡରଙ୍କ ଉପରକୁ ପଥର ମଧ୍ୟ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଏକ ଭିଡିଓ କରି ୱିଙ୍ଗ୍ କମାଣ୍ଡର କହିଛନ୍ତି ଯେ, ତାଙ୍କୁ ଆଘାତ କରିବା ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ଅସଦାଚରଣ କରାଯାଇଛି । ଘଟଣା ସମ୍ପର୍କରେ ସେମାନେ ପୁଲିସ ଷ୍ଟେସନ୍‌ରେ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଯଦି ଆଇନ ଏବଂ ପ୍ରଶାସନ ଏହି ମାମଲାରେ ସେମାନଙ୍କୁ ସାହାଯ୍ୟ ନକରେ, ତେବେ ସେ ପ୍ରତିଶୋଧ ନେବାକୁ ବାଧ୍ୟହେବେ ବୋଲି ୱିଙ୍ଗ୍ କମାଣ୍ଡର ଚେତାବନୀ ଦେଇଛନ୍ତି । ତେବେ ଭାରତୀୟ ବାୟୁସେନା ପକ୍ଷରୁ କିନ୍ତୁ ଏପ୍ରସଙ୍ଗରେ ପ୍ରତିକ୍ରିୟା ଆସିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking