30.1 C
Bhubaneswar
Saturday, October 5, 2024
Homeଖେଳୱିମ୍ବଲଡନ୍ ୨୦୨୪: ବାଉଜାସ୍ ପରାଜିତ; ପ୍ରି-କ୍ୱାର୍ଟର୍‌ରେ ସିନର୍‌, ଜ୍ୱେରେଭ୍‌

ୱିମ୍ବଲଡନ୍ ୨୦୨୪: ବାଉଜାସ୍ ପରାଜିତ; ପ୍ରି-କ୍ୱାର୍ଟର୍‌ରେ ସିନର୍‌, ଜ୍ୱେରେଭ୍‌

ଲଣ୍ଡନ: ଟପ୍ ସିଡ୍ ଜାନିକ୍ ସିନର୍‌, ଚତୁର୍ଥ ସିଡ୍ ଜର୍ମାନୀର ଆଲେକ୍‌ଜାଣ୍ଡର୍ ଜ୍ୱେରେଭ୍ ଏବଂ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉର୍ ୱିଲମ୍ବଡନ୍ ପୁରୁଷ ସିଙ୍ଗଲ୍ସ ପ୍ରି-କ୍ୱାର୍ଟର୍ ଫାଇନାଲ୍‌ରେ ପହଞ୍ଚିଛନ୍ତି । ମହିଳା ବର୍ଗରେ ଜେଲେନା ଓସ୍ତାପେଙ୍କୋ ଓ ବାର୍ବୋରା କ୍ରେଜ୍‌କିକୋଭା ମଧ୍ୟ ପ୍ରି-କ୍ୱାର୍ଟର୍ ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି । ସେଣ୍ଟର୍ କୋର୍ଟରେ ଶନିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡ୍‌ରେ ମ୍ୟାଚ୍‌ରେ ଇଟାଲୀର ଜାନିକ୍ ସିନର୍ ସର୍ବିୟାର ମିଓମିର୍ କେକ୍‌ମାନୋଭିଚ୍‌ଙ୍କୁ ୬-୧, ୬-୪, ୬-୨ ସିଧା ସେଟ୍‌ରେ ହରାଇ ଦେଇଛନ୍ତି । ସେହିପରି ଜ୍ୱେରେଭ୍ ବ୍ରିଟେନ୍‌ର କାମେରନ୍ ନୁରିଙ୍କୁ ୬-୪, ୬-୪, ୭-୬ (୧୫-୧୭)ରେ, ଡି ମିନାଉର୍ ଫ୍ରାନ୍ସର ଲୁକାସ୍ ପାଉଲିଙ୍କ ବିପକ୍ଷରେ ୱାକ୍‌ଓଭର୍ ପାଇ ଚତୁର୍ଥ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ଶନିବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡ୍‌ରେ ଓସ୍ତାପେଙ୍କୋ ୬-୧, ୬-୩ ସିଧା ସେଟ୍‌ରେ ବର୍ନାଡା ପେରାଙ୍କୁ, କ୍ରେଜ୍‌କିକୋଭା ୬-୦, ୬-୩ରେ ସ୍ପେନ୍‌ର ଯୁବ ଖେଳାଳି ଜେସିକା ବାଉଜାସ୍ ମାନେଇରୋଙ୍କୁ ହରାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଚୀନ୍ ୱାଙ୍ଗ୍ ସିନ୍ୟୁ, ରୁଷର ଆନ୍ନା କାଲିନ୍‌ସ୍କାୟା ବିଜୟୀ ହୋଇ ମହିଳା ସିଙ୍ଗଲ୍ସ ପ୍ରି-କ୍ୱାର୍ଟର୍‌ରେ ପହଞ୍ଚିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking