32.1 C
Bhubaneswar
Saturday, March 28, 2026
Homeଖେଳଦ୍ୱିତୀୟ ଟେଷ୍ଟ ବି ଖେଳିବେନି ୱିଲିୟମ୍‌ସନ୍‌

ଦ୍ୱିତୀୟ ଟେଷ୍ଟ ବି ଖେଳିବେନି ୱିଲିୟମ୍‌ସନ୍‌

ପୁଣେ: ନ୍ୟୁଜିଲାଣ୍ଡ ବ୍ୟାଟର୍ କେନ୍ ୱିଲିୟମ୍‌ସନ୍ ପୁଣେରେ ହେବାକୁ ଥିବା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ଖେଳିବେନି। ନ୍ୟୁଜିଲାଣ୍ଡ ମୁଖ୍ୟ କୋଚ୍ ଗ୍ୟାରୀ ଷ୍ଟେଡ୍ ଏହି ସୂଚନା ଦେଇଛନ୍ତି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ପୁଣେରେ ଅକ୍ଟୋବର ୨୪ ତା ରିଖରୁ ଖେଳାଯିବ। ନିକଟରେ ଶେଷ ହୋଇଥିବା ଶ୍ରୀଲଙ୍କ ବିପକ୍ଷ ଟେଷ୍ଟ ସିରିଜ୍ ଅବସରରେ ୱିଲିୟମ୍‌ସନ୍ ଆହତ ହୋଇଥିଲେ। ସେ ରିହାବ୍ ପାଇଁ ନ୍ୟୁଜିଲାଣ୍ଡ ଫେରିଯାଇଥିଲେ।

ତେବେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସେ ଫେରିବେ ବୋଲି ଟିମ୍ ଆଶାବାଦୀ ଥିଲା। ଗ୍ୟାରୀ ଷ୍ଟେଡ୍ ପୁଣେରେ ମିଡିଆ ସହ ଆଲୋଚନା ବେଳେ କହିଛନ୍ତି, ୱିଲିୟମ୍‌ସନ୍ ଏବେ ରିହାବ୍ କରୁଛନ୍ତି ଏବଂ ସେ ଆଘାତରୁ ପ୍ରାୟତଃ ସୁସ୍ଥ ହୋଇସାରିଲେଣି। କିନ୍ତୁ ଏବେ ସେ ଟେଷ୍ଟ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ନାହାନ୍ତି। ଭାରତ ବିପକ୍ଷ ମୁମ୍ବାଇରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ଅନ୍ତିମ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଷ୍ଟେଡ୍ ଆଶାବ୍ୟକ୍ତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking