ଝାରସୁଗୁଡା : ନବ ଦାସ ହତ୍ୟା ମାମଲାରେ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି ଦୀପାଳି ଦାସ । ଆଜି ହାଜର ନହେବାକୁ ଫୋନରେ ଜଣାଇବା ସହ ସମୟ ମାଗିଲେ । ତଦନ୍ତକାରୀ ଅଧିକାରୀଙ୍କୁ ଫୋନ କରି ସମୟ ମାଗିଥିବା ସୂଚନା ଦେଇଛନ୍ତି । ଅନ୍ୟ କୌଣସି ଦିନ ଷ୍ଟେଟମେଣ୍ଟ ରେକର୍ଡ ପାଇଁ ସମୟ ଲାଗିଲେ । କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡାରେ ବୟାନ ଦେବାକୁ ଜଣାଇଲେ । ତେବେ ବିଶାଳ ହାଜର ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଦୀପାଳି ଓ ବିଶାଳଙ୍କୁ ହାଜର ହେବାକୁ କ୍ରାଇମବ୍ରାଞ୍ଚ ନୋଟିସ କରିଥିଲା ।










