18.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଭରତ ଭଳି କାମ କରିବି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଭରତ ଭଳି କାମ କରିବି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅତିଶୀ ମାର୍ଲେନା। ସୋମବାର ସଚିବାଳୟରେ ପହଞ୍ଚି ସେ ନିଆରା ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ତାଙ୍କର ଏକ କାର୍ଯ୍ୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି। ବାସ୍ତବରେ ଅତିଶୀ, ନିଜ ଚୌକି ପାଖରେ (ମୁଖ୍ୟମନ୍ତ୍ରୀ ଆସନ) ପାଖରେ କେଜ୍ରିୱାଲଙ୍କ ଉଦ୍ଦେଶ୍ୟରେ ଏକ ଖାଲି ଚୌକି ରଖାଇଛନ୍ତି। ସିଧାଅର୍ଥରେ କହିଲେ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ କାର୍ଯ୍ୟାଳୟରେ ଏବେ ଦୁଇଟି ଚୌକି ଲଗାଯାଇଛି। ଏସମ୍ପର୍କରେ ପଚରାଯିବାରୁ ଅତିଶୀ କହିଛନ୍ତି, ଦିଲ୍ଲୀ ଓ ଦିଲ୍ଲୀବାସୀଙ୍କ ପାଇଁ ବାସ୍ତବିକ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅଟନ୍ତି। ସେ କେବଳ ଦାୟିତ୍ୱ ନିର୍ବାହ କରିବାକୁ ଆସିଛନ୍ତି। ସେ ଏବେ ଭରତଙ୍କ ପରି କାମ କରିବେ। ଯେଉଁଭଳି ଭରତ ସିଂହାସନରେ ନିଜ ଅଗ୍ରଜ ତଥା ଭଗବାନ ରାମଙ୍କ କଠଉ ରଖି ରାଜ୍ୟଭାର ସମ୍ଭାଳିଥିଲେ, ସେ ମଧ୍ୟ ଠିକ୍ ସେହିପରି ଆସନ୍ତା ୪ ମାସ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ। ଏହି ସମୟରେ ସେ ନିଜ ଚୌକିର ପାଖ ଚୌକିକୁ ସେ କେଜ୍ରିୱାଲ୍‌ଙ୍କ ଉଦ୍ଦେଶ୍ୟରେ ଉନ୍ମୁକ୍ତ ରଖିବେ। ମୁଖ୍ୟମନ୍ତ୍ରୀ ଚୌକି କେବଳ କେଜ୍ରିୱାଲଙ୍କର। ଦିଲ୍ଲୀବାସୀ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛନ୍ତି। ଫେବ୍ରୁଆରୀ ୨୦୨୫ରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦିଲ୍ଲୀବାସୀମାନେ ପୁଣିଥରେ କେଜ୍ରିୱାଲଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବେ। ସେପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଅପେକ୍ଷା କରାଯିବ ଏବଂ ଏହି ଚୌକି ଏଠାରେ ହିଁ ରହିବ ବୋଲି ଅତିଶୀ କହିଛନ୍ତି। ଏପ୍ରକାର ମନ୍ତବ୍ୟ ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ଚୌକି ପାଶ୍ୱର୍ରେ ନିଜ ପାଇଁ ଏକ ଚୌକି ଲଗାଇ ଅତିଶୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି।
ଅତିଶୀଙ୍କ ଏପ୍ରକାର କାର୍ଯ୍ୟକୁ ଦିଲ୍ଲୀ ବିଜେପି ତୀବ୍ର ସମାଲୋଚନା କରିଛି। ବିଜେପି କହିଛି ଏହା କେବଳ ଚାମଚା ଗିରି, ଅନ୍ୟ କିଛି ନୁହେଁ। ତେବେ ଅତିଶୀ ଏପରି କରିବା ନିୟମ ବିରୋଧୀ। ଏପରି କରି ଅତିଶୀ ସମ୍ବିଧାନ, ନ୍ୟାୟବ୍ୟବସ୍ଥା ତଥା ଦିଲ୍ଳୀବାସୀଙ୍କୁ ଅପମାନିତ କରିଛନ୍ତି ବୋଲି ବିଜେପି ଦର୍ଶାଇଛି। କେଜ୍ରିୱାଲ ଅତିଶୀଙ୍କୁ ରିମୋଟ୍ କଣ୍ଟ୍ରୋଲ୍ କରି ଦିଲ୍ଲୀ ସରକାର ଚଳାଇବାକୁ ଅପଚେଷ୍ଟା କରୁଛନ୍ତି। ପ୍ରକାଶ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରୁ ଜାମିନରେ ବାହାରିବା ପରେ ଅରବିନ୍ଦ କେଜ୍ରିୱାଲ ଗତ ୧୭ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। କେଜ୍ରିୱାଲଙ୍କ ଇସ୍ତଫା ପରେ ଆମ୍ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକରେ ଅତିଶୀଙ୍କୁ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking