26.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଭାରତରେ ବନ୍ଦ ହୋଇଯିବ କି ହ୍ୱାଟ୍ସଆପ୍‌?

ଭାରତରେ ବନ୍ଦ ହୋଇଯିବ କି ହ୍ୱାଟ୍ସଆପ୍‌?

ନୂଆଦିଲ୍ଲୀ: ଭାରତରେ ବନ୍ଦ ହୋଇଯିବ କି ହ୍ୱାଟ୍ସଆପ୍‌? ଏବେ ଏମିତି ଆଶଙ୍କାକୁ ନେଇ ଚିନ୍ତାରେ ଭାରତୀୟ ହ୍ୱାଟ୍ସଆପ୍ ୟୁଜର୍ସ । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟସଭାରେ ରଖିଥିବା ଉତ୍ତର ପରେ ବଢ଼ିଲା ଚର୍ଚ୍ଚା । ଭାରତ ସରକାରଙ୍କ ନୂଆ ଆଇଟି ନିୟମକୁ ନେଇ ଅସହମତି ପ୍ରକାଶ କରିବା ସହ ଆପତ୍ତି ଉଠାଇସାରିଛି ହ୍ୱାଟ୍ସଆପ୍ । ଏମିତି କି କୋର୍ଟର ଦ୍ୱାରସ୍ଥ ହେବା ସହ ସେବା ବନ୍ଦ କରିବାକୁ ମଧ୍ୟ କୁହାଯାଇଛି । ନୂଆ ନିୟମ ଏଣ୍ଡ୍ ଟୁ ଏଣ୍ଡ୍ ଏନକ୍ରିପସନକୁ ଭଙ୍ଗ କରିବା ନେଇ ସ୍ପଷ୍ଟ କରିସାରିଛି କମ୍ପାନୀ । ହ୍ୱାଟ୍ସଆପ୍ ଓ ଏହାର ମୂଳ କମ୍ପାନୀ ମେଟା, ଦେଶରେ ସେବା ବନ୍ଦ କରିବାକୁ ଯାଉଥିବା ନେଇ ଭାରତ ସରକାରଙ୍କୁ କୌଣସି ସୂଚନା ଦେଇନଥିବା କହିଛନ୍ତି, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ତେବେ ରାଜ୍ୟସଭାରେ କଂଗ୍ରେସ ସାଂସଦ ବିବେକ ଟନଖାଙ୍କ ପ୍ରଶ୍ନ କରିଥିଲେ ଯେ, ୟୁଜର୍ସଙ୍କ ତଥ୍ୟ ସେୟାର କରିବାକୁ ସରକାରଙ୍କ ନିର୍ଦ୍ଦେଶନାମା ପରେ ଭାରତରେ ହ୍ୱାଟ୍ସଆପ୍ ତାର ସେବା ବନ୍ଦ କରିବାକୁ ଯୋଜନା କରୁଛି କି ? ନୂଆ ଆଇଟି ନିୟମକୁ ନେଇ ହ୍ୱାଟ୍ସଆପ୍ ପ୍ରଶ୍ନ ଉଠାଇବା ପରେ ଏହି ପ୍ରଶ୍ନ ଉଠିଥିଲା । କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ଏହା ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନକୁ ଭଙ୍ଗ କରିପାରେ । ଚଳିତ ବର୍ଷ ହ୍ୱାଟ୍ସଆପ ଦିଲ୍ଲୀ ହାଇକୋର୍ଟକୁ ଜଣାଇ ସାରିଛି ଯେ, ମେସେଜ ସମୟରେ ଯଦି ଏନକ୍ରିପସନକୁ ଉଲଂଘନ କରିବାକୁ ବାଧ୍ୟ କରାଯାଏ, କମ୍ପାନୀ ହୁଏତ ଭାରତରେ ସେବା ବନ୍ଦ କରିପାରେ । ହ୍ୱାଟ୍ସଆପ୍ ର ଓକିଲ ତେଜସ କାରିଆ କହିଛନ୍ତି, ଏନକ୍ରିପସନ ଭଙ୍ଗ ହେଲେ ୟୁଜର୍ସଙ୍କ ଗୋପନୀୟତା କ୍ଷୁର୍ଣ୍ଣ ହେବାସହ ବିଶ୍ୱାସ ଉପରେ ପ୍ରଶ୍ନ ଉଠି ପାରେ । ହ୍ୱାଟ୍ସଆପ୍ ଓ ମେଟା ରାଇଟ୍ ଟୁ ପ୍ରାଇଭେସି ଉଲଂଘନ ହେଉଥିବା ଦର୍ଶାଇ ସଂଶୋଧିତ ଆଇଟି ନିୟମକୁ ଚ୍ୟାଲେଞ୍ଜ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking