ପୁରୀ: ପାକ୍ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ପୁରୀ ଲିଙ୍କର ଖୋଳତାଡ । ପ୍ରେସମିଟରେ ଏସପି ଭୀନିତ ଅଗ୍ରୱାଲଙ୍କ ସୂଚନା । କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଏଜେନ୍ସି ସହ ଯୋଗାଯୋଗରେ ଅଛୁ । ହରିୟାଣା ପୋଲିସ ସହ ମଧ୍ୟ ଯୋଗାଯୋଗରେ ଅଛୁ । ଜ୍ୟୋତି ଓ ପ୍ରିୟଙ୍କା ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି । ପୁରୀରେ କେଉଁଠି ରହିଥିଲେ, କ’ଣ କରୁଥିଲେ ତଦନ୍ତ ଚାଲିଛି । ପ୍ରିୟଙ୍କାଙ୍କ ଟଙ୍କା କାରବାରର ତଦନ୍ତ ହେଉଛି । ପରିବାର ଲୋକଙ୍କ ଟ୍ରାଞ୍ଜେକ୍ସନ ମଧ୍ୟ ଯାଞ୍ଚ ହେଉଛି । ସୋସିଆଲ ମିଡିଆ ପୋଷ୍ଟର ମଧ୍ୟ ଯାଞ୍ଚ କରାଯାଉଛି । ପ୍ରିୟଙ୍କା ଘରେ ଅଛନ୍ତି, ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଛନ୍ତି । ଆବଶ୍ୟକ ପଡିଲେ ଏନଆଇଏର ସହାୟତା ନେବୁ ।










