25.1 C
Bhubaneswar
Friday, February 27, 2026
Homeଖେଳୱିଲ୍ ଜ୍ୟାକ୍ସଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ: ୪ ୱିକେଟ୍‌ରେ ହାଇଦ୍ରାବାଦ ପରାଜିତ, ମୁମ୍ବାଇ ଇଣ୍ଡିଆନ୍ସର ତୃତୀୟ ବିଜୟ

ୱିଲ୍ ଜ୍ୟାକ୍ସଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ: ୪ ୱିକେଟ୍‌ରେ ହାଇଦ୍ରାବାଦ ପରାଜିତ, ମୁମ୍ବାଇ ଇଣ୍ଡିଆନ୍ସର ତୃତୀୟ ବିଜୟ

ମୁମ୍ବାଇ: ଗୁରୁବାର ଚଳିତ ଆଇପିଏଲ୍‌ର ୩୩ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୪ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ଦେଇଛି। ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ହାଇଦ୍ରାବାଦ ପ୍ରଥମେ ୫ ୱିକେଟ୍ ବିନିମୟରେ ୧୬୨ ରନ୍ କରିଥିଲା। ଜବାବରେ ମୁମ୍ବାଇ ୧୮.୧ ଓଭର୍‌ରେ ୧୬୬ ରନ୍ କରି ବିଜୟୀ ହୋଇଛି।

ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇ ସତର୍କତାର ସହ ଆରମ୍ଭ କରିଥିଲା। ଇମ୍ପାକ୍ଟ ପ୍ଲେୟର୍ ରୋହିତ ଶର୍ମା ଓ ର‌୍ୟାନ୍ ରିକେଲ୍ଟନ୍ ୩.୫ ଓଭର୍‌ରେ ୨ ରନ୍ ଯୋଡ଼ିଥିଲେ। ରୋହିତ ଲୟରେ ଥିଲେ ମଧ୍ୟ ବଡ଼ ଇନିଂସ୍ ଖେଳିପାରି ନଥିଲେ। ୩ ଛକା ସହାୟତାରେ ୧୬ ବଲ୍‌ରୁ ୨୬ ରନ୍ କରିଥିବା ବେଳେ ପ୍ୟାଟ୍ କମିନ୍ସଙ୍କ ଶିକାର ହୋଇଥିଲେ। ରିକେଲ୍ଟନ୍ ବିସ୍ଫୋରକ ଇନିଂସ୍ ଖେଳିଥିଲେ ମଧ୍ୟ ୨୩ ବଲ୍‌ରେ ୫ ଚୌକା ସହାୟତାରେ ୩୧ ରନ୍ କରିଥିବା ବେଳେ ହର୍ଷଲ୍ ପଟେଲ୍‌ଙ୍କ ବଲ୍‌ରେ ହେଡ୍‌ଙ୍କୁ କ୍ୟାଚ୍ ଦେଇ ଫେରିଥିଲେ। ପରେ ୱିଲ୍ ଜ୍ୟାକ୍ସଙ୍କ ସହ ଯୋଗ ଦେଇଥିବା ସୂର୍ଯ୍ୟକୁମାର ଯାଦବ ଇନିଂସ୍‌କୁ ଆଗେଇ ନେଇ ୫୨ ରନ୍‌ର ପାର୍ଟନର୍‌ଶିପ୍ କରିଥିଲେ। ସୂର୍ଯ୍ୟକୁ ଆଉଟ୍ କରି କମିନ୍ସ ଏହି ଯୋଡ଼ିରେ ବ୍ରେକ୍ ଲଗାଇଥିଲେ। ସୂର୍ଯ୍ୟ ୧୫ ବଲ୍‌ରେ ୨ଟି ଲେଖାଏ ଛକା ଓ ଚୌକା ସହାୟତାରେ ୨୬ ରନ୍ କରିଥିଲେ। ସୂର୍ଯ୍ୟଙ୍କ ପରେ ଜ୍ୟାକ୍ସ ୩୬ ରନ୍‌ରେ କମିନ୍ସଙ୍କ ତୃତୀୟ ଶିକାର ହୋଇଥିଲେ। ସେ ୨୬ ବଲ୍‌ରୁ ୩ ଚୌକା ଓ ୨ ଛକା ସହାୟତାରେ ୩୬ ରନ୍‌ର ଉପଯୋଗୀ ଇନିଂସ୍ ଖେଳିଥିଲେ। ବିଜୟ ପାଇଁ ମୁମ୍ବାଇକୁ ଗୋଟିଏ ରନ୍‌ର ଆବଶ୍ୟକତା ଥିବାବେଳେ ଈଶାନ୍ ମାଲିଙ୍ଗା ୧୮ତମ ଓଭର୍‌ର ଦ୍ୱିତୀୟ ବଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପଞ୍ଚମ ବଲ୍‌ରେ ନମନ ଧୀର (୦)ଙ୍କୁ ଆଉଟ୍ କରି ଟିମ୍‌ର ବିଜୟକୁ ବିଳମ୍ବିତ କରିଥିଲେ। ପାଣ୍ଡ୍ୟା ହାର୍ଦ୍ଦିକ ପାଣ୍ଡ୍ୟା ୯ ବଲ୍‌ରେ ୩ ଚୌକା ଓ ଗୋଟିଏ ଛକା ସହାୟତାରେ ୨୧ ରନ୍ କରିଥିଲେ। ୧୯ତମ ଓଭର ବୋଲିଂ କରୁଥିବା ଜିଶାନ୍ ଅନ୍‌ସାରୀଙ୍କ ପ୍ରଥମ ବଲ୍‌ରେ ଚୌକା ମାରି ତିଳକ ବର୍ମା ଟିମ୍‌କୁ ବିଜୟୀ କରାଇଥିଲେ। ତିଳକ ୧୭ ବଲ୍‌ରେ ଦୁଇଟି ଚୌକା ସହାୟତାରେ ୨୧ ରନ୍ କରି ମିଚେଲ୍ ସାଣ୍ଟନର୍ (୦)ଙ୍କ ସହ ଅପରାଜିତ ଫେରିଥିଲେ। ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍ କମିନ୍ସ ୩ଟି, ଈଶାନ୍ ମାଲିଙ୍ଗା ୨ଟି ଏବଂ ହର୍ଷଲ୍ ପଟେଲ୍ ଗୋଟିଏ ୱିକେଟ୍ ନେଇଥିଲେ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା ଓ ଟ୍ରାଭିସ୍ ହେଡ୍ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ୱିକେଟ୍ ପାଇଁ ୫୯ ରନ୍ ଯୋଡ଼ିଥିଲେ। ତେବେ ଅଭିଷେକଙ୍କୁ ଆଉଟ୍ କରି ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇକୁ ପ୍ରଥମ ସଫଳତା ଦେଇଥିଲେ। ପ୍ରଥମ ବଲ୍‌ରେ ଜୀବନ ଦାନ ପାଇଥିବା ଅଭିଷେକ ୭ ଚୌକା ସହାୟତାରେ ୨୮ ବଲ୍‌ରୁ ସର୍ବାଧିକ ୪୦ ରନ୍ କରିଥିଲେ। ଈଶାନ୍ କିଶନ୍ (୨)ଙ୍କୁ ଶସ୍ତାରେ ପ୍ୟାଭିଲିୟନ୍ ଫେରାଇବା ପରେ ୱିଲ୍ ଜ୍ୟାକ୍ସ ଟ୍ରାଭିସ୍ ହେଡ୍‌ଙ୍କୁ ସାଣ୍ଟନର୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇଥିଲେ। ହେଡ୍ ୨୯ ବଲ୍‌ରୁ ୩ ଚୌକା ସହାୟତାରେ ୨୮ ରନ୍ କରିଥିଲେ। ନୀତୀଶ ରେଡ୍ଡୀ (୧୯)ଙ୍କୁ ତିଳକ ବର୍ମାଙ୍କ ହାତରେ କ୍ୟାଚ୍ କରାଇ ଟ୍ରେଣ୍ଟ୍ ବୋଲ୍ଡ ମୁମ୍ବାଇକୁ ଚତୁର୍ଥ ସଫଳତା ଦେଇଥିଲେ। କ୍ଲାସେନ୍ ୨୮ ବଲ୍‌ରେ ୩ ଚୌକା ଓ ୨ ଛକା ସହାୟତାରେ ୩୭ ରନ୍ କରିଥିବା ବେଳେ ଜସ୍‌ପ୍ରୀତ୍ ବୁମ୍‌ରାଙ୍କ ଦ୍ୱାରା ବୋଲ୍ଡ ଆଉଟ୍ ହୋଇଥିଲେ। ଅନିକେଶ୍ ବର୍ମା ବିସ୍ଫୋରକ ଇନିଂସ୍ ଖେଳି ୮ ବଲ୍‌ରୁ ଦୁଇଟି ଛକା ସହାୟତାରେ ଅପରାଜିତ ୧୮ ରନ୍ ଏବଂ କ୍ୟାପ୍‌ଟେନ୍ ପ୍ୟାଟ୍ କମିନ୍ସ ୪ ବଲ୍‌ରେ ଗୋଟିଏ ଛକା ସହାୟତାରେ ଅପରାଜିତ ୮ ରନ୍ କରି ଟିମ୍‌କୁ ୧୬୨ ରନ୍‌ର ସମ୍ମାନଜନକ ସ୍କୋର୍‌ରେ ପହଞ୍ଚାଇଥିଲେ। ମୁମ୍ବାଇ ପକ୍ଷରୁ ୱିଲ୍ କ୍ୟାକ୍ସ ଦୁଇଟି ୱିକେଟ୍ ନେଇଥିବା ବେଳେ ବୋଲ୍ଟ, ବୁମ୍‌ରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧-୧ ସଫଳତା ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking