26.1 C
Bhubaneswar
Friday, March 13, 2026
Homeଓଡିଶାମ୍ଏସ୍ଏମ୍ଇ କ୍ଷେତ୍ରକୁ ଦେବ ନୂଆ ଗତି ଓ ଶକ୍ତି : ମନ୍ତ୍ରୀ

ମ୍ଏସ୍ଏମ୍ଇ କ୍ଷେତ୍ରକୁ ଦେବ ନୂଆ ଗତି ଓ ଶକ୍ତି : ମନ୍ତ୍ରୀ

ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ବିକାଶରେ ଏହି ବଜେଟ୍ ନୂଆ ମାଇଲସ୍ତମ୍ଭ ସ୍ଥାପନ କରିବ । ଏହି କ୍ଷେତ୍ରକୁ ଅଧିକ ସଶକ୍ତ ଓ ସୁଦୃଢ କରିବା ପାଇଁ ୨୦୨୬-୨୭ ବଜେଟ୍ ନୂଆ ଗତି ଓ ଶକ୍ତି ଦେବ ବୋଲି ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ଆଜି ବିଧାନସଭା ସମ୍ମିଳନୀ କକ୍ଷଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏମ୍ଏସ୍ଏମ୍ଇ ବଜେଟ୍ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରି କହିଛନ୍ତି, ନିଯୁକ୍ତି, ରୋଜଗାର, ଆର୍ଥିକ ସମୃଦ୍ଧି ଓ ସାମଗ୍ରିକ ବିକାଶରେ ଏମ୍ଏସ୍ଏମ୍ଇ କ୍ଷେତ୍ର କ୍ରାନ୍ତିକାରୀ ଭୂମିକା ଗ୍ରହଣ କରିବ । ୨୦୨୬-୨୭ ବର୍ଷ ପାଇଁ ଏମ୍ଏସ୍ଏମ୍ଇ ବିଭାଗର (₹762,78,36,000/-) କୋଟି ଟଙ୍କା ବଜେଟ୍ ଆଜି ବିଧାନସଭାରେ ପାରିତ ହୋଇଛି । ତନ୍ମଧ୍ୟରୁ ₹672,40,11,000/- ଟଙ୍କା ଯୋଜନା ବ୍ୟୟ ହୋଇଥିବା ବେଳେ ₹90,38,25,000/- ଟଙ୍କା ପ୍ରଶାସନିକ ବ୍ୟୟ ନିମନ୍ତେ ବରାଦ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ, କୃଷି ପରେ ଏମ୍ଏସ୍ଏମ୍ଇ ହେଉଛି ସବୁଠାରୁ ବଡ ନିଯୁକ୍ତି କ୍ଷେତ୍ର । ରାଜ୍ୟ ଉଦ୍ୟମ ପୋର୍ଟାଲରେ ମୋଟ 14,03,200 କ୍ଷୁଦ୍ର, ମଧ୍ୟମ ଏବଂ ମଧ୍ୟମ ଉଦ୍ୟୋଗ ପଞ୍ଜିକୃତ ହୋଇଛି । ଛୋଟ ଉଦ୍ୟୋଗଗୁଡ଼ିକୁ ସୁଦୃଢ଼ କରିବା ପାଇଁ ସହଜ ଋଣ ସୁବିଧା, ପୁଞ୍ଜି ସବସିଡି, ରପ୍ତାନି ପ୍ରୋତ୍ସାହନ ଓ ଟେକ୍ନୋଲୋଜି ଅପଗ୍ରେଡେସନ୍‌ ପରି ଅନେକ ପଦକ୍ଷେପ ନିଆଯାଉଛି । ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏମ୍ଏସ୍ଏମ୍ଇ ପାର୍କ ସ୍ଥାପନ କରାଯାଉଥିବା ଓ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବାକୁ ଷ୍ଟାର୍ଟଅପ୍ ଯୋଜନାରେ ବିଶେଷ ଧ୍ୟାନ ଦିଆଯାଉଛି । ଏମ୍ଏସ୍ଏମ୍ଇ କ୍ଲଷ୍ଟର ଭିତ୍ତିକ ବିକାଶ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି । ଏହି ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଏମ୍ଏସ୍ଏମ୍ଇ ବିଭାଗର କମିଶନର ତଥା ଶାସନ ରଶ୍ମିତା ପଣ୍ଡା, ଶିଳ୍ପ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଜ୍ୟୋତି ମିଶ୍ର, ଅତିରିକ୍ତ ଶାସନ ସଚିବ ଶୈଳେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking