ବାରିପଦା: ଶିମିଳିପାଳ ଅଭ୍ୟାରଣ୍ୟରେ ଥମୁନି ବେଆଇନ ଜନ୍ତୁ ଶିକାର । ପୁଣି ଶିମିଳିପାଳ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ବନ ବିଭାଗ ଜଣଙ୍କୁ ଗିରଫ କରିଥିବାବେଳେ ତାଙ୍କ ଠାରୁ ମାଂସ ନେଇଥିବା ଆଉ ଜଣେ ଗ୍ରାହକଙ୍କୁ ମଧ୍ୟ ଗିରଫ କରିଛି । ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି । ସେମାନଙ୍କ ଠାରୁ ଝିଙ୍କ ମାଂସ ସହ ଗୋଟିଏ ବନ୍ଧୁକ, ଗୋଟିଏ ଧନୁ ଏବଂ ୩ଟି ତୀର ମଧ୍ୟ ଜବତ ହୋଇଛି । ଗିରଫ ଶିକାରୀଜଣକ ହେଲେ କୁଳିଅଣା ଥାନା ଅନ୍ତର୍ଗତ ଆଳୁବଣି ଗ୍ରାମର ଚାମୁଟୁ ହେମ୍ବ୍ରମ ଏବଂ ଗ୍ରାହକ ଜଣକ ହେଲେ ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ହଳଦୀବଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଇଧର ସୋରେନ । ସେମାନଙ୍କ ପାଖରୁ ୧.୧୫୦ ଗ୍ରାମ ଓଜନର ଶିକାର ହୋଇଥିବା ଝିଙ୍କ ମାଂସ ଓ ୮୮ଟି ଝିଙ୍କ କଣ୍ଟା ଜବତ ହୋଇଛି । ଏନେଇ ବନ ବିଭାଗକୁ ପୂର୍ବରୁ ସୂଚନା ମିଳିଥିବା ବେଳେ ଝିଙ୍କ ଶିକାର କରି ଶିକାରୀ ଜଣକ ବାଇଧର ସୋରେନଙ୍କୁ ବିକ୍ରି କରୁଥିବା ବେଳେ ବନ ବିଭାଗର ଟିମ ମାଡି ବସିଥିଲେ । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣ ବନଖଣ୍ଡର ଉପ-ନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ସୂଚନା ଦେଇଛନ୍ତି ।