19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଦ୍ୱିତୀୟ ବିବାହ ବିଚ୍ଛେଦରେ ବି ପତ୍ନୀଙ୍କୁ ମିଳିବ ଭରପୋଷଣ: ସୁପ୍ରିମକୋର୍ଟ

ଦ୍ୱିତୀୟ ବିବାହ ବିଚ୍ଛେଦରେ ବି ପତ୍ନୀଙ୍କୁ ମିଳିବ ଭରପୋଷଣ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦ୍ୱିତୀୟ ବିବାହ କ୍ଷେତ୍ରରେ ହେଉଥିବା ଛାଡପତ୍ର ଏବଂ ଭରଣପୋଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ବୁଧବାର ଏକ ବଡ଼ ରାୟ ଦେଇଛନ୍ତି। ଏଭଳି ଏକ ମାମଲାର ଶୁଣାଣି କରିବା ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି ଦ୍ୱିତୀୟ ବିବାହରେ ମଧ୍ୟ ଛାଡପତ୍ର ହୁଏ, ତେବେ ସ୍ୱାମୀଙ୍କୁ ୨ୟ ପତ୍ନୀଙ୍କୁ ମଧ୍ୟ ଭରଣପୋଷଣ ଖର୍ଚ୍ଚ ଦେବାକୁ ହେବ। ବିଚାରପତି ଜଷ୍ଟିସ୍ ବି.ଭି. ନାଗାରତ୍ନା ଏବଂ ବିଚାରପତି ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ତେଲଙ୍ଗାନାର ଏଭଳି ଏକ ମାମଲାରେ ଆଜି ଉପରୋକ୍ତ ରାୟ ଦେଇଛନ୍ତି। ଖଣ୍ଡପୀଠ ଏହି ଅବସରରେ ସ୍ପଷ୍ଟ କରିଛନ୍ତି ଯେ, ଯଦି ଦ୍ୱିତୀୟ ପତ୍ନୀଙ୍କଠାରୁ ଛାଡପତ୍ର ହୋଇଯାଏ, ତେବେ ଭରଣପୋଷଣ ଦେବା ସମୟରେ, ପ୍ରଥମ ବିବାହର ମାମଲା କୋର୍ଟରେ ବିଚାରାଧୀନ ଥିବା ବାହାନାକୁ ଗ୍ରହଣ କରାଯିବନାହିଁ। କୋର୍ଟ କହିଛନ୍ତି ଯେ ଯଦି ପ୍ରଥମ ବିବାହ କଥାବାର୍ତ୍ତା ଆଧାରରେ ଛାଡପତ୍ର ହୋଇଥାଏ, ତେବେ ଦ୍ୱିତୀୟ ବିବାହ ସହିତ ଏହାର କୌଣସି ସମ୍ପର୍କ ନାହିଁ। କୋର୍ଟ କାର୍ଯ୍ୟ ଭରଣପୋଷଣ ଟଙ୍କାକୁ ପ୍ରଭାବିତ କରିପାରିବ ନାହିଁ।

ତେଲଙ୍ଗାନାର ବାସିନ୍ଦା ଉଷା ରାଣୀ ୧୯୯୯ ମସିହାରେ ଏମ ଶ୍ରୀନିବାସଙ୍କୁ ବିବାହ କରିଥିଲେ। ଏହା ଉଭୟଙ୍କର ଦ୍ୱିତୀୟ ବିବାହ ଥିଲା। ବିବାହର ଗୋଟିଏ ବର୍ଷ ପରେ ସେମାନଙ୍କର ଏକ ପୁଅ ହୋଇଥିଲା, କିନ୍ତୁ ୨୦୦୫ରେ କିଛି କାରଣରୁ ସେମାନଙ୍କୁ ଛାଡପତ୍ର ନେବାକୁ ପଡିଲା। ଭରଣପୋଷଣ ପାଇଁ ଉଷା ରାଣୀ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ପ୍ରଥମ ସ୍ତ୍ରୀଙ୍କ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ତାଙ୍କୁ ଆଶ୍ୱସ୍ତି ମିଳିନଥିଲା। ହାଇଦ୍ରାବାଦ ହାଇକୋର୍ଟ ମଧ୍ୟ ଉଷା ରାଣୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ, ଯାହା ପରେ ମାମଲା ସୁପ୍ରିମକୋର୍ଟକୁ ଆସିଥିଲା। ତେବେ ସୁପ୍ରିମକୋର୍ଟ ଦୀର୍ଘ ଶୁଣାଣି ପରେ, ଆବେଦନକାରୀ ଉଷାଙ୍କ ସପକ୍ଷରେ ରାୟ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking