19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଇନଷ୍ଟାଗ୍ରାମ ପାଇଁ ସ୍ୱାମୀକୁ ଛାଡିବାକୁ ସ୍ତ୍ରୀ ରେଡି

ଇନଷ୍ଟାଗ୍ରାମ ପାଇଁ ସ୍ୱାମୀକୁ ଛାଡିବାକୁ ସ୍ତ୍ରୀ ରେଡି

ପାଟନା: ଆଜିର ଦିନରେ ସୋସିଆଲ ମିଡିଆ ମନୁଷ୍ୟ ଜୀବନର ଜେମିତି ଏକ ଅଂଶ ପାଲଟିଯାଇଛି । ଫଟୋ ହେଉ କି ରିଲ୍ସ ଅଧିକ ଭ୍ୟୁ ଆଶାରେ ଯିଏ ଯେମିତି ପାରିଲା ସେମିଟି ଫଠୋ ଭିଡିଓ ଅପଲୋଡ କଲା । ପରିସ୍ଥିତି ଏପରି ହେଲାଣି ଯେ, ଲୋକେ ଆଉ ପରସ୍ପର ସହ କଥା ହେଉନାହାନ୍ତି ବରଂ ସୋସିଆଲ ମିଡିଆରେ ସମୟ ଦେବାକୁ ଅଧିକ ଭଲ ପାଉଛନ୍ତି । ଯାହା ଫଳରେ ପାରିବାରିକ ସମ୍ପର୍କରେ ଏବେ ଝଡ ସୃଷ୍ଟି ହୋଇଛି ।

ବିହାରରୁ ଏବେ ଏମିତି ଏକ ଖବର ଆସିଛି ଯାହା ଶୁଣିଲେ ହୋଇଯିବେ ତାଜୁବ। ଜଣେ ମହିଳା ସ୍ୱାମୀଙ୍କୁ ଛାଡିଦେବେ କିନ୍ତୁ ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କରିବା ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି । ବିହାରର ପୂର୍ଣ୍ଣିମାରେ ସୋସିଆଲ ମିଡିଆକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ସ୍ତ୍ରୀ ଜଣଙ୍କ ପ୍ରତିଦିନ ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବା ସହ ସ୍ୱାମୀଙ୍କୁ ସମୟ ଦେଉନଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ ଫାମିଲି କାଉନସିଲିଂ ସେଣ୍ଟରରେ କଥା ପହଞ୍ଚିଥିଲା । ସେଠାରେ ସ୍ତ୍ରୀ ଜଣଙ୍କ ସ୍ୱାମୀଙ୍କୁ ଛାଡିପାରିବେ କିନ୍ତୁ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ବନ୍ଦ କରିବେ ନାହିଁ ବୋଲି କହିଥିଲେ। ଏପରି କଥା ଶୁଣିବା ପରେ ଓକିଲ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାମଲାଟି ବରାରୀ ପୋଲିସ ଷ୍ଟେସନ ଅଞ୍ଚଳର । ଯେଉଁଠାରୁ ମାମଲା ପରିବାର ପରାମର୍ଶ କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିଥିଲା।

ସ୍ୱାମୀ ଅଭିଯୋଗ କରିଥିଲେ, ମୋ ସ୍ତ୍ରୀ ମୋ ସହିତ ସମୟ ବିତାଉ ନାହାଁନ୍ତି ଏବଂ ସବୁବେଳେ ଅନଲାଇନ ରହୁଛନ୍ତି। ସ୍ତ୍ରୀ ଅଜଣା ଲୋକଙ୍କ ସହିତ କଥା ହୁଅନ୍ତି। ସେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଫଟୋ ପୋଷ୍ଟ କରନ୍ତି। ସେ ପରିବାର ବିଷୟରେ କିଛିବି ଚିନ୍ତା କରନ୍ତି ନାହିଁ, ବରଂ ସେ ତାଙ୍କର ଅଧିକାଂଶ ସମୟ ସୋସିଆଲ ମିଡିଆରେ ବିତାଇଥାନ୍ତି । ଇନଷ୍ଟାଗ୍ରାମରେ ରିଲ୍ସ କରିବା ସହ ବିଭିନ୍ନ ପୋଜରେ ଫଟୋ ପୋଷ୍ଟ କରନ୍ତି, ଯାହାକୁ ମୁଁ କିମ୍ବା ମୋ ପରିବାର ପସନ୍ଦ କରୁନାହୁଁ। ସେଥିପାଇଁ ପରିବାର ସଦସ୍ୟମାନେ ତାଙ୍କୁ ବିରୋଧ କରନ୍ତି, କିନ୍ତୁ ସେ କାହା କଥା ଶୁଣୁନାହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking