22.1 C
Bhubaneswar
Friday, February 13, 2026
Homeଅପରାଧପତ୍ନୀହନ୍ତାକୁ ଫାଶୀ ଦଣ୍ଡାଦେଶ

ପତ୍ନୀହନ୍ତାକୁ ଫାଶୀ ଦଣ୍ଡାଦେଶ

ବାଲେଶ୍ୱର: ବାଲେଶ୍ୱରରେ ବହୁଚର୍ଚ୍ଚିତ ଏସିଡ୍ ମାଡ଼ ଘଟଣାରେ ଶୁକ୍ରବାର ରାୟ ଆସିଛି । ରାୟ ଶୁଣାଇଛନ୍ତି ବାଲେଶ୍ୱର ସ୍ପେଶାଲ କୋର୍ଟ (ସ୍ୱତନ୍ତ୍ର ଅନୁସୂଚିତ ଜାତି ଏବଂ ଜନଜାତି) ଜଜ୍ ଅବଦୁଲ୍ ସମିମ୍ ଅଖତର। ଦୋଷୀ ଚନ୍ଦନ ରଣାକୁ ମିଳିଛି ଫାଶୀ ଦଣ୍ଡାଦେଶ। ସୂଚନା ମୁତାବକ ପାରିବାରିକ ବିବାଦକୁ ନେଇ ଗତ ୨୦୨୩ ମସିହାରେ ଚନ୍ଦନ ରଣା ବାଲେଶ୍ୱର ସହର ନିକଟ ଭୀମପୁରା ଗ୍ରାମରେ ଥିବା କାର୍ତ୍ତିକ ସିଂ(ଶ୍ୱଶୁର)ଙ୍କ ଘରକୁ ଯାଇ ତାଙ୍କର ଦ୍ୱିତୀୟ ସ୍ତ୍ରୀ ବନୀତା ସିଂଙ୍କୁ ଏସିଡ୍ ପକାଇ ହତ୍ୟା ଉଦ୍ୟମ କରିଥିଲା। ପରେ ବନୀତା ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ୬ ଦିନ କାଳ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଥିଲେ। ଏହି ଏସିଡ୍ ମାଡ଼ରେ ବନୀତାଙ୍କ ବଡ଼ ଭଉଣୀ ଏବଂ ପୁତୁରା ମଧ୍ୟ ଆହତ ହୋଇଥିଲେ।ବନିତା ସିଂଙ୍କ ଉପରକୁ ଏସିଡ୍ ଫୋପାଡ଼ି ଚନ୍ଦନ ଫେରାର ହୋଇଯାଇଥିଲା। ଦ୍ୱିତୀୟ ପତ୍ନୀ ବନିତାଙ୍କୁ ଏସିଡ୍‌ରେ ଆକ୍ରମଣ କରିବା ପରେ ଚନ୍ଦନ ନିଜ ମୋବାଇଲ ଭାଙ୍ଗି ଫେରାର ହୋଇଯାଇଥିଲା। ସେ କୋଲକାତାରେ ଲୁଚିଥିଲା। ବାଲେଶ୍ୱର ପୁଲିସ ଏହି ଘଟଣାରେ ଚନ୍ଦନ ରଣା ସମେତ ୭ ଜଣଙ୍କୁ ଗିରଫ କରିଥିଲା। ଦୀର୍ଘ ତିନି ବର୍ଷ ପରେ ଶୁକ୍ରବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ଜିଲ୍ଲା ସ୍ୱତନ୍ତ୍ର ଏସସି-ଏସଟି କୋର୍ଟର ମାନ୍ୟବର ବିଚାରପତି ୬ ଜଣଙ୍କୁ ପ୍ରମାଣ ଅଭାବରୁ ଖଲାସ କରି ଦେଇଥିବା ବେଳେ ଅଭିଯୁକ୍ତ ଚନ୍ଦନ ରଣାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଭାରତୀୟ ପିଙ୍ଗଳ କୋର୍ଡ଼ର ଦଫା ୩୦୨ ସମେତ ଅନ୍ୟାନ୍ୟ ଦଫାରେ ମାନ୍ୟବର କୋର୍ଟ ଚନ୍ଦନଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଅନ୍ୟପକ୍ଷରେ ଏହି ରାୟ ବିରୁଦ୍ଧରେ ଉପର ଅଦାଲତରେ ପୁନର୍ବିଚାର ପାଇଁ ଦୋଷୀଙ୍କ ପାଇଁ ବିକଳ୍ପ ମଧ୍ୟ ରହିଛି। ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି. ଆଡଭୋକେଟ ସଞ୍ଜୟ କୁମାର ମହାନ୍ତି ମୋକଦ୍ଦମା ପରିଚାଳନା କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking