31.1 C
Bhubaneswar
Friday, February 6, 2026
Homeଓଡିଶାଧାରୁଆ ଅସ୍ତ୍ର ଆକ୍ରମଣରେ ସ୍ତ୍ରୀ ଗୁରୁତର: ସ୍ୱାମୀ ଫେରାର

ଧାରୁଆ ଅସ୍ତ୍ର ଆକ୍ରମଣରେ ସ୍ତ୍ରୀ ଗୁରୁତର: ସ୍ୱାମୀ ଫେରାର

ଯାଜପୁର: ବିଳମ୍ବିତ ରାତ୍ରରେ ମହିଳାଙ୍କୁ ତାଙ୍କ ସ୍ୱାମୀ ଧାରୁଆ ଅସ୍ତ୍ରରେ ମାରଣାତ୍ମକ ଆକ୍ରମଣ ,ମହିଳାଙ୍କ ପରିବାର ପକ୍ଷରୁ ଫାଣ୍ଡିରେ ଅଭିଯୋଗ।ସୂଚନା ମୁତାବକ ଦାନଗଦି ଫାଣ୍ଡି ଅନ୍ତର୍ଗତ ମାନପୁର ବେହେରାସାହିର ଏକ ଭଡା ଘରେ ପୁଷ୍ପାଲତା ମଲ୍ଲିକ ସ୍ୱାମୀ ଆଶିଷ ମଲ୍ଲିକ ୩ବର୍ଷ ହେବ ରହି ଆସୁଥିଲେ ଏବଂ ସେ କଳିଙ୍ଗ ନଗର ଏକ ଘରୋଇ କାରଖାନାରେ କାର୍ଯ୍ୟ କରୁଥିଲେ।ପୁଷ୍ପାଲତାଙ୍କ ବାପା କୃପାସିନ୍ଧୁ ମଲ୍ଲିକଙ୍କ ସେ ସୋମବାର ଦିନ ଅଭିଯୋଗ କରିଛନ୍ତି ତାଙ୍କ ବଡ଼ ଝିଅର ବାହାଘର ୧୩ବର୍ଷ ମଧ୍ୟରେ ପୂର୍ବରୁ ଅନେକଥର ଶାଶୁଘର ଲୋକଙ୍କ ତାଙ୍କ ଝିଅକୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ଏବଂ ମାଡପିଟି କରନ୍ତି।ଗତକାଲି ବିଳମ୍ବିତ ରାତ୍ରରେ ପୂର୍ବଥର ପରି ପ୍ରଥମେ ମାଡପିଟି ପରେ ଧାରୁଆ ଅସ୍ତ୍ରରେ ଅମଣିସ ଭଳି ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲା।

ସେହି ସମୟରେ ଭଡାଘରର ମାଲିକ ଓ ମଳିକାଣି ପାଟି ଶୁଣି ଘଟଣା ସ୍ଥଳରେ ପହଞ୍ଚି ଅଟକାଇବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ବେଳେ ତାଙ୍କର କାନ୍ଧରେ ଗୁରୁତର ଆଘାତ ଲାଗିଥିଲା।ଆକ୍ରମଣ କାରି ସ୍ୱାମୀ ଆଶିଷ ମଲ୍ଲିକ ସେଠାରୁ ଫେରାର ହୋଇଥିଲା।ଭଡା ଘରଙ୍କ ସହଯୋଗରେ ମହିଳାଙ୍କୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ ଭର୍ତ୍ତି କରାଇଥିଲେ।ସେଠାରେ ଗୁରୁତର ଆହତଙ୍କୁ ଦ୍ୱୟଙ୍କୁ ଚିକିତ୍ସିତ ହେଉଛନ୍ତି।ଏପଟେ ମହିଳା ଓ ମହିଳାଙ୍କ ପରିବାର ପକ୍ଷରୁ ତଦନ୍ତ କରି ଦୋଷୀ ଦଣ୍ଡ ଦେବାକୁ ଭିକ୍ଷା କରିଛନ୍ତି।ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ତଦନ୍ତ ଜାରି ରଖିଛି।ମହିଳାଙ୍କ ଶାଶୁଘର ମଙ୍ଗଳପୁର ଥାନ ଅନ୍ତର୍ଗତ ମଧୁପୁର ଗ୍ରାମର ହୋଇଥିବା ବେଳେ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking