22.1 C
Bhubaneswar
Friday, February 6, 2026
Homeଓଡିଶାସ୍ୱାମୀର ଗୋଇଠାରେ ସ୍ତ୍ରୀ ମୃତ

ସ୍ୱାମୀର ଗୋଇଠାରେ ସ୍ତ୍ରୀ ମୃତ

ଭଦ୍ରକ: ଭଦ୍ରକ ମେଡିକାଲ ପରିସର କାନ୍ଦ ବୋବାଳିରେ ଫାଟି ପଡୁଛି। କାନ୍ଦୁଛନ୍ତି ସାହି ପଡ଼ିଶା ଭାଇ ବନ୍ଧୁ କୁଟୁମ୍ବ। କାରଣ ଅନ୍ତସତ୍ତ୍ୱା ସ୍ତ୍ରୀକୁ ସ୍ୱାମୀ ଗୋଇଠା ମାରି ମାରିଦେଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ତିହିଡି ଥାନାଧୀନ ତାଳପଦା ଗ୍ରାମର ପଞ୍ଚାନନ ଜେନାଙ୍କ ଝିଅ ମୋନାଲିସା ୨୦୧୯ ମସିହାରେ ସେହି ଗ୍ରାମ ମୀରସାହିର ଶଙ୍କର୍ଷଣ ଜେନାଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି। ଗତକାଲି ବିଳମ୍ବିତ ରାତିରେ ଚାରି ମାସର ଅନ୍ତସତ୍ତ୍ୱା ଥିବା ମୋନାଲିସାଙ୍କ ସ୍ୱାମୀ ଶଙ୍କର୍ଷଣ ଫୋନ ଯୋଗେ ମୋନାଙ୍କ ବାପ ଘରକୁ ମେଡିକାଲକୁ ଆସିବାକୁ ଖବର ଦେଇଥିଲେ। କିନ୍ତୁ ବାପ ଘର ତିହିଡି ଲୋକେ ମେଡିକାଲ ପହଞ୍ଚିଥିଲେ।

କିନ୍ତୁ ଶଙ୍କର୍ଷଣ ମୋନାଙ୍କୁ ନେଇ ବିଳମ୍ବରେ ପହଞ୍ଚି ଥିଲେ କାହିଁକି ଏପରି ହେଲା ପଚାରି ବାରୁ ଝଗଡା ପରେ ବିଷ ପିଇ ଦେଇଥିବା କହିଥିଲେ ସ୍ୱାମୀ ଶଙ୍କର୍ଷଣ କିନ୍ତୁ ମୋନା ହାତ ହଲାଇ କିଛି କହିବାକୁ ଚେଷ୍ଟା କରିଥିଲେ। ସେଠାରୁ ଡାକ୍ତର ଭଦ୍ରକ ମେଡିକାଲକୁ ସ୍ଥାନ୍ତାନ୍ତର କରିଥିଲେ। ଭଦ୍ରକରେ ଡାକ୍ତର ମୋନାଲିସାଙ୍କୁ ମୃତ ଘୋଷଣା କରିଥିଲେ। ଟଙ୍କା ପାଇଁ ଝଗଡ଼ା ହୋଇଥିବା ବେଳେ ମୋନାଲିସା ଅନ୍ତସତ୍ତ୍ୱା ଥିବାରୁ ପେଟକୁ ଗୋଇଠା ମାରିଥିଲେ। ଫଳରେ ମୋନା ଯନ୍ତ୍ରଣା ସହ୍ୟ କରିନପାରି ମୃତ୍ୟୁବରଣ କରିଥିବା ନେଇ ତିହିଡି ଥାନାରେ ଅଭିଯୋଗ କରିଛନ୍ତି ମୋନାଲିସାଙ୍କ ପରିବାର ଲୋକେ ଏବଂ ଉଚିତ ନ୍ୟାୟ ପ୍ରଦାନ କରିବାକୁ ମଧ୍ୟ ପୁଲିସକୁ ନିବେଦନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking