19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶସ୍ୱାମୀଙ୍କୁ ନିସ୍ତୁକ ପିଟିଲେ ସ୍ତ୍ରୀ, ଜାଣନ୍ତୁ କାହିଁକି....

ସ୍ୱାମୀଙ୍କୁ ନିସ୍ତୁକ ପିଟିଲେ ସ୍ତ୍ରୀ, ଜାଣନ୍ତୁ କାହିଁକି….

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅମରୋହାରେ କରୱାଚୌଥ ଦିନ ସ୍ୱାମୀଙ୍କୁ ପ୍ରେମିକା ସହିତ ସ୍ତ୍ରୀ ଧରିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗକାରୀଙ୍କ ସ୍ୱାମୀ ଓ ତାଙ୍କ ପ୍ରେମିକାଙ୍କୁ କାବୁ କରି ହେପାଜତକୁ ନେଇଛି। କୁହାଯାଉଛି କି ପୁଲିସ ହାତରେ ଧରାପଡ଼ିଥିବା ମହିଳାଙ୍କ ସ୍ୱାମୀ ଜଣେ ସରକାରୀ ଶିକ୍ଷକ ଥିବା ବେଳେ ତାଙ୍କର ପ୍ରେମିକା ହେଉଛନ୍ତି ଜଣେ ଅଙ୍ଗନବାଡ଼ି କର୍ମଚାରୀ। ପୁଲିସ ହେପାଜତରେ ଥିବା ହସନପୁର ବ୍ଲକ ଅଞ୍ଚଳରେ ଥିବା ଏକ ପ୍ରାଥମିକ ସ୍କୁଲର ସହାୟକ ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମଚାରୀଙ୍କ ମଧ୍ୟରେ ଅନେକ ଦିନ ହେବ ପ୍ରେମ ସମ୍ପର୍କ ରହିଆସିଛି।

ଗ୍ରାମବାସୀ ବି ଶିକ୍ଷକଙ୍କୁ ଅନେକଥର ଅଙ୍ଗନବାଡ଼ି କର୍ମଚାରୀଙ୍କ ସହିତ ଥିବା ଦେଖିବାକୁ ପାଇଛନ୍ତି। ଶିକ୍ଷକଙ୍କ ସ୍କୁଲ ନିକଟରେ ଏକ ସାର ଓ ମଞ୍ଜି ଦୋକାନ ଅଛି। ଅନେକ ଥର ରାତିରେ ଦୁହେଁ ଏହି ଦୋକାନରେ ରହୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। କରୱାଚୌଥ ଦିନ ବି ଶିକ୍ଷକ ଅଙ୍ଗନବାଡ଼ି କର୍ମଚାରୀଙ୍କ ସହିତ ଦୋକାନରେ ଥିବା କଥା ସ୍ତ୍ରୀ କୌଣସି ସୂତ୍ରରୁ ଖବର ପାଇ ପରିବାରଲୋକଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ୱାମୀଙ୍କୁ ପ୍ରେମିକା ସହ ଦେଖି ସ୍ତ୍ରୀ ନିର୍ଧୁମ ଛେଚିଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ସ୍ୱାମୀ ଓ ତାଙ୍କ ପ୍ରେମିକାଙ୍କୁ ଥାନା ନେଇ ଯାଇଥିଲା। ସେଠାରେ ଶିକ୍ଷକ ଜଣକ ତାଙ୍କ ପ୍ରେମିକା ସହ ରହିବାକୁ ସ୍ଥିର କରିଥିଲେ। ଏହାପରେ ଶିକ୍ଷକ ସ୍ତ୍ରୀଙ୍କୁ ତାଙ୍କ ଦରମାର ଅଧା ଦେବେ ବୋଲି ଥାନାରେ ସ୍ଥିର ହୋଇଥିଲା। ଘଟଣାର ଯାଞ୍ଚ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking