ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ଶିମିଳା ଗ୍ରାମରେ ଘଟିଛି ଏକ ହୃଦୟ ବିଦାରକ ହତ୍ୟାକାଣ୍ଡ । ସ୍ୱାମୀର ମାଡରେ ସ୍ତ୍ରୀ ନିଧି ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବା ବେଳେ, ପୁଲିସ ଅଭିଯୁକ୍ତ ସ୍ୱାମୀ ନରେନ୍ଦ୍ର ସିଂଙ୍କୁ ଗିରଫ କରିଛି । ପୁଲିସର ସୂଚନା ଅନୁସାରେ, କୌଣସି ଅଜଣା କାରଣକୁ ନେଇ ଗତରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତୀବ୍ର ଝଗଡା ହୋଇଥିଲା । ଝଗଡା ସମୟରେ ଉତ୍ତେଜିତ ହୋଇ ସ୍ୱାମୀ ନରେନ୍ଦ୍ର ନରେନ୍ଦ୍ର ସିଂ ଏକ ବାଡି ଦ୍ୱାରା ନିଧି ମୁଣ୍ଡାଙ୍କୁ ନିର୍ଧୁମ ପିଟିଥିବା କାରଣରୁ ତାଙ୍କ ମୃତ୍ୟୁ ହୋଇଛି ବୋଲି ପୁଲିସ ପକ୍ଷରୁ ପ୍ରକାଶ କରାଯାଇଛି । ଘଟଣାର ସୂଚନା ପାଇ ପୁଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି। ଘଟଣାସ୍ଥଳରେ ସାଇନଟିଫିକ ଟିମ୍ ପହଞ୍ଚି ତଦନ୍ତ କରୁଥିବା ବେଳେ, ସମସ୍ତ ପ୍ରମାଣ ସଂଗ୍ରହ କରାଯାଉଛି।










