ସିରିଆ: ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ଠାରୁ ଛାଡପତ୍ର ନେବେ ପତ୍ନୀ ଆସମା । ମାନେ ତାଙ୍କ ବ୍ରିଟିଶ ପତ୍ନୀ ଆସମା ଅଲ-ଅସଦ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ତୁର୍କୀ ଏବଂ ଆରବ ଗଣମାଧ୍ୟମ ଅନୁଯାୟୀ ଆସମା ମସ୍କୋରେ ଖୁସିରେ ନାହାଁନ୍ତି ଏବଂ ସେ ଲଣ୍ଡନ ଯିବାକୁ ଚାହୁଁଛନ୍ତି । ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ସିରିଆରେ ହୋଇଥିବା ସତ୍ତା ପରିବର୍ତ୍ତନ ପରେ ବସର ଅଲ-ଅସଦ ତାଙ୍କ ପରିବାର ସହିତ ଋଷକୁ ପଳାଇ ଆସିଥିଲେ । ଭ୍ଲାଦିମିର ପୁଟିନ ତାଙ୍କୁ ତାଙ୍କ ଦେଶରେ ରାଜନୈତିକ ଆଶ୍ରୟ ଦେଇଛନ୍ତି। ତେବେ ଆସମା ଋଷର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ମସ୍କୋ ଛାଡିବାକୁ ସ୍ୱତନ୍ତ୍ର ଅନୁମତି ମାଗିଛନ୍ତି ସେ । ତାଙ୍କର ଆବେଦନକୁ ଋଷ କର୍ତ୍ତୃପକ୍ଷ ବିଚାର କରୁଛନ୍ତି। ରିପୋର୍ଟ ଅନୁଯାୟୀ ଆସମାଙ୍କର ବ୍ରିଟେନ ଏବଂ ସିରିଆର ଦ୍ୱାରା ନାଗରିକତା ରହିଛି। ସେ ଲଣ୍ଡନରେ ସିରିଆର ପିତାମାତାଙ୍କଠାରେ ଜନ୍ମଗ୍ରହଣ କରିଥିଲେ । ଆସମା ୨୦୦୦ରେ ସିରିଆ ଯାଇ ସେହି ବର୍ଷ ୨୫ବର୍ଷ ବୟସରେ ଅସଦଙ୍କୁ ବିବାହ କରିଥିଲେ।