25.1 C
Bhubaneswar
Tuesday, February 3, 2026
Homeଓଡିଶା୯ ଜୁଲାଇ ଶ୍ରମିକ କର୍ମଚାରୀ ମାନଙ୍କ ଦାବିକୁ ନେଇ ସାଧାରଣ ଧର୍ମଘଟ ପାଇଁ ବ୍ୟାପକ ପ୍ରଚାର

୯ ଜୁଲାଇ ଶ୍ରମିକ କର୍ମଚାରୀ ମାନଙ୍କ ଦାବିକୁ ନେଇ ସାଧାରଣ ଧର୍ମଘଟ ପାଇଁ ବ୍ୟାପକ ପ୍ରଚାର

ଯାଜପୁର: ଯାଜପୁର ଜିଲ୍ଲାରେ କଳକାରଖାନା ଓ ଖଣି ଖାଦାନ ଭରପୁର ରହିଛି l ଶ୍ରମିକମାନଂକୁ ପୁଞ୍ଜିପତି ମାନେ ସେମାଙ୍କ ଅଧିକାର କୁ ଜଳାଞ୍ଜଳି ଦେଇଛନ୍ତି କେନ୍ଦ୍ର ସରକାରଂକ ଶ୍ରମିକ ମlରଣ ଶ୍ରମ ଆଇନ ପୁଞ୍ଜି ପତି ମାନଂକ ସୁହା ଇଚି କେନ୍ଦ୍ର ସରକାର ଙ୍କ ଶ୍ରମ ଆଇନ ବିରୋଧ ରେ ଦେଶ ବ୍ୟାପୀ ଧରମଘଟ ର ଡ଼ାକରା ଦିଆଯାଇଛି l ଏହି ଧର୍ମଘଟକୁ ସମର୍ଥନ କରି ଆଜି ଆସନ୍ତା ଜୁଲାଇ ୯ ସାଧାରଣ ଧର୍ମଘଟଙ୍କୁ ଦେଶବ୍ୟାପି ସଫଳ କରିବା ପରିପ୍ରେକ୍ଷୀରେ ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ ତାଙ୍କର ପ୍ରତିମୂର୍ତ୍ତି ସମୁଖରେ ଏକ ପ୍ରତିବାଦ ସଭା ଶ୍ରମିକ ନେତା ବିଦ୍ୟାଧର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।

ଏହି ସଭାରେ ସି, ଆଇ, ଟି, ୟୁ, ର ଜିଲ୍ଲା ସଭପତି ପ୍ରଫୁଲ୍ଲ ନାୟକ ୟୁ, ଟି, ୟୁ, ସି, ର ଜିଲ୍ଲା ସମ୍ପାଦକ ସୁରେଶ ପ୍ରଧାନ ଆଇ, ଏନ, ଟି, ୟୁ, ସି, ର ବିଦ୍ୟାଧର ଯେନା, ଶ୍ରମିକ ନେତା ରାଜକିଶୋର ମହାନ୍ତ, ବିଜୟ ମଳିକ, ତ୍ରିଲୋଚନ ରାଉତ ପ୍ରମୁଖ କେନ୍ଦ୍ର ସରକାର ଙ୍କ ଶ୍ରମିକ ବିରୋଧୀ ନୀତି କୁ ଦୃଢ଼ ସମାଲୋଚନା କରିବା ସହିତ ୪ଗୋଟି ଶ୍ରମ କୋଡ଼ ପ୍ରତ୍ୟାହାର, ସମସ୍ତଙ୍କୁ ସର୍ବନିମ୍ନ ୨୬ ହଜାର ଟଙ୍କା ମାସିକ ଦରମା ଦେବା, ଦରଦାମ କୁ ନିୟଂତ୍ରଣ କରିବା ଓ ପୁରୁଣା ପେନସନ ଯୋଜନା କୁ କାର୍ଯ୍ୟକରିବା ସମେତ ୧୭ ଦଫା କୁ ନେଇ ରାଜ୍ୟ ବ୍ୟାପି ଶ୍ରମିକ ଓ କର୍ମଚାରୀ ମାନେ ଏହି ଧର୍ମଘଟ ରେ ସାମିଲ ହେବାସହିତ ଯାଜପୁର ଜିଲ୍ଲାରେ ବିଭିନ୍ନ କଳକାରଖାନା ରେ ହରତାଳ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ, ଶେଷରେ ଏକ ପ୍ରଚାର ଗାଡିକୁ ଶ୍ରମିକ ନେତାମାନେ ଉଦଘାଟନ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking