28.1 C
Bhubaneswar
Wednesday, April 23, 2025
Homeଦେଶ ବିଦେଶବିଜେପିର ଦୁଇଜଣ କାହିଁକି ଥିଲେ ଅନୁପସ୍ଥିତ

ବିଜେପିର ଦୁଇଜଣ କାହିଁକି ଥିଲେ ଅନୁପସ୍ଥିତ

ନୂଆଦିଲ୍ଲୀ: ସଂସଦରେ ୱାକଫ ବିଲକୁ ନେଇ ବିଜେପି ପକ୍ଷରୁ ହ୍ୱିପ୍ ଜାରି ବେଳେ କାହିଁକି ଅନୁପସ୍ଥିତ ଥିଲେ ବିଜେପିର ବରିଷ୍ଠ ନେତା ଜୁଏଲ ଓରାମ୍ ଓ ଅପରାଜିତା ଷଡ଼ଙ୍ଗୀ । ଏ ନେଇ ପ୍ରଶ୍ନ ଉଠାଛଇଛନ୍ତି ବିଜେଡି ନେତା ସଞ୍ଜୟ ଦାସ ବର୍ମା। ଭୋଟିଂ ବେଳେ ବିଜେପିର ଏହି ଦୁଇ ଜଣ ନେତା ହ୍ୱିପ୍ ବେଳେ ଉପସ୍ଥିତ ନଥିଲେ । କାହିଁକି ଏ ନେଇ ଚର୍ଚ୍ଚା ହେଉନାହିଁ । ୱାକଫ ବିଲ ସମର୍ଥନକୁ ନେଇ ଗତ କିଛି ଦିନ ହେଲା ବିଜେଡିରେ ହଲଚଲ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିଜେଡି ନେତାଙ୍କ ମେଳି ଅନେକ ପ୍ରଶ୍ନ ଉଠାଇଛି । କାରଣ ୱାକଫ ବିଲ ସମର୍ଥନକୁ ନେଇ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇନାହିଁ ଦଳ । ୱାକଫ ବିଲ ଭୋଟକୁ ନେଇ ଦଳୀୟ ନେତା ଭାଗ ଭାଗ ହୋଇଥିବାବେଳେ, ନବୀନଙ୍କ ନୀରବତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ବରିଷ୍ଠ ନେତାମାନେ । ସସ୍ମିତ କାହା ଇଙ୍ଗିତରେ ନବୀନଙ୍କ ନିଷ୍ପତ୍ତି ବିରୋଧରେ ଯିବାକୁ ସାହାସ କଲେ ତାକୁ ନେଇ ବିଜେଡି ରାଜନୀତିରେ କମ୍ପନ ହୋଇଛି । ପୂର୍ବରୁ ଚୁପ୍ ରହୁଥିବା ନେତା ଏଥର ସିଧାସଳଖ ନବୀନଙ୍କୁ ଚ୍ୟାଲେଞ୍ଚ କରିବାକୁ ସାହାସ କରିବା ସହ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking