15.1 C
Bhubaneswar
Wednesday, December 24, 2025
Homeଦେଶ ବିଦେଶମହିଳାଙ୍କୁ ଥାନାରେ ଅନଲାଇନ୍ ଅଭିଯୋଗ କରିବାକୁ କାହିଁକି କୌଣସି ସିଷ୍ଟମ ନାହିଁ : ସୁପ୍ରିମକୋର୍ଟ

ମହିଳାଙ୍କୁ ଥାନାରେ ଅନଲାଇନ୍ ଅଭିଯୋଗ କରିବାକୁ କାହିଁକି କୌଣସି ସିଷ୍ଟମ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହିଳାଙ୍କୁ ଥାନାରେ ଅନଲାଇନ୍ ଅଭିଯୋଗ କରିବାକୁ କାହିଁକି କୌଣସି ସିଷ୍ଟମ ନାହିଁ। ଏଭଳି ସିଷ୍ଟମ ଦ୍ୱାରା ପୋଲିସ ଷ୍ଟେସନ୍‌ରେ ସମ୍ପର୍କିତ ମାମଲାର ସମାଧାନ ହୋଇପାରିବ। ଏହା ସହ ମହିଳାଙ୍କୁ ଶାରିରିକ ରୂପରେ ପୋଲିସ ଷ୍ଟେସନ୍ ଯିବାର ଆବଶ୍ୟକତା ପଢିବନି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଏସ୍ କୋଟେଶ୍ୱର ସିଂହଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି। କୋର୍ଟ କହିଛନ୍ତି ଏଭଳି ଏକ କେନ୍ଦ୍ରୀୟ ଏଜେନ୍ସି ତିଆରି କରାଯାଉ, ଯାହାକି ଅଭିଯୋଗକୁ ଦେଖିବା ପରେ ନିକଟସ୍ଥ ଥାନାକୁ ପଠାଇ ଦେଇପାରିବ। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ରକୁ ଏଭଳି ପ୍ରଶ୍ନ କରିଛନ୍ତି । ଏହା ସହ କେନ୍ଦ୍ର ସରକାରଙ୍କ ଓକିଲଙ୍କୁ ଏହି ବିଷୟରେ ଅଲଗା ଅଲଗା ମନ୍ତ୍ରଣାଳୟର ରାୟ ନେଇ ୬ ସପ୍ତାହରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି।

ମହିଳା ଓକିଲ ସଂଗଠନ ‘ସୁପ୍ରିମକୋର୍ଟ ୱିମେନ୍ସ ଲୟର୍ସ ଆସୋସିଏସନ୍ ସୁପ୍ରିମକୋର୍ଟଙ୍କୁ ସାରା ଦେଶର ମହିଳାଙ୍କ ସୁରକ୍ଷା ନେଇ ଗାଇଡଲାଇନ୍ ତିଆରି କରିବା ଆଇନରେ ସୁଧାର ଓ ଆଇନରେ ସୁଧାର ଦାବି କରି ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲା। କୋର୍ଟ ୧୬ ଡିସେମ୍ବର ୨୦୨୪ରେ ଆବେଦନକୁ ବିଚାର ପାଇଁ ସ୍ୱୀକାର କରି କେନ୍ଦ୍ରର ଅଲଗା ଅଲଗା ମନ୍ତ୍ରଣାଳୟକୁ ନୋଟିସ୍ ଜାରି କରିଥିଲେ। ସୁପ୍ରିମକୋର୍ଟରେ ଦାବି କରାଯାଇଛି ସାର୍ବଜନୀକ ବିଲ୍ଡିଂ ଓ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଉ। ଏହି ଦାବିରେ ପୋନୋଗ୍ରାଫିକ ସାମଗ୍ରୀ ଉପରେ ରୋକ ଲଗାଇବାଠାରୁ ନେଇ ଦୁଷ୍କର୍ମକାରୀଙ୍କୁ ବନ୍ଧ୍ୟାକରଣକୁ କରିବା ଭଳି ପ୍ରସ୍ତାବ ରହିଛି। ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲା ଉପରେ ନୋଟ୍ ଜାରି କରି କହିଥିଲେ ଏଥିରେ କିଛି ଦାବି ଖୁବ୍ କଠୋର ରହିଛି। ଏହା ଉପରେ ଝଉଡଖଇ ର ଅଧ୍ୟକ୍ଷ ଓ ବରିଷ୍ଠ ଓକିଲଙ୍କ ମହାଲକ୍ଷ୍ମୀ ପଭନୀ କହିଛନ୍ତି, କୋର୍ଟ ଯଦି ଚାହାନ୍ତି ତେବେ ବାକି ଉପରେ ବିଚାର କରିପାରନ୍ତି। ସୋମବାର ୨୭ ଜାନୁଆରୀରେ ଏକ ମାମଲାର ଶୁଣାଣି ହୋଇଥିଲା।

ଏହି ଶୁଣାଣିରେ ବେଳେ ବରିଷ୍ଠ ଆଇନଜୀବି ପଭନୀ ବେଙ୍ଗାଲୁରର ଏକ ମାମଲା ବିଷୟରେ କହି ବିଚାରପତିଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ସେ କହିଥିଲେ, ଉବେର ଜରିଆରେ ଜଣେ ମହିଳା ଅଟୋରିକ୍ସା ବୁକ୍ କରିଥିଲେ। ସେଥିରେ ଯିବା ସମୟରେ ତାଙ୍କ ସହ ଅସଦାଚରଣ ହୋଇଛି। ସେ ଏବଂ ତାଙ୍କ ସ୍ୱାମୀଙ୍କୁ ଏହି ଅଭିଯୋଗ କରିବାକୁ ବହୁ ଥାନାରେ ଚକ୍କର କାଟିବାକୁ ପଡିଥିଲା।ବିଚାରପତି ଏହା ଉପରେ ଚିନ୍ତା ପ୍ରକାଶ କରି କହିଥିଲେ ଏଭଳି ହେବା ଉଚିତ ନୁହେଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଆଡିସନାଲ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି କହିଛନ୍ତି, ଆବେଦନରେ ରଖାଯାଇଥିବା ଦାବି ଖୁବ୍ ବ୍ୟାପକ। ଏହା ଉପରେ ବେଞ୍ଚର ଅଧ୍ୟକ୍ଷ କହିଥିଲେ, ଏହା ଠିକ୍ ଅଛି, କିନ୍ତୁ ଏହି ଟେକ୍ନୋଲୋଜି କଥାକୁ ନେଇ ମୁଖ୍ୟ ବିଷୟକୁ ଅଣଦେଖା କରିହେବନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking