16.1 C
Bhubaneswar
Monday, February 9, 2026
Homeଓଡିଶାଜାତୀୟ ରାଜପଥ ନିର୍ମାଣ ଏବଂ ଯାଜପୁରରୋଡ-ଧାମରା ରେଳପଥ ମଂଜୁର ଦେବାରେ ଅହେତୁକ ବିଳମ୍ବ କାହିଁକି:...

ଜାତୀୟ ରାଜପଥ ନିର୍ମାଣ ଏବଂ ଯାଜପୁରରୋଡ-ଧାମରା ରେଳପଥ ମଂଜୁର ଦେବାରେ ଅହେତୁକ ବିଳମ୍ବ କାହିଁକି: ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ

ଭୁବନେଶ୍ୱର: ୨୦୨୪ ମସିହା ଫେବୃୟାରୀ ମାସ ଶେଷ ସୁଦ୍ଧା ୪ ଚାରିଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବା ଏବଂ ବ୍ରାହ୍ମଣୀ ସେତୁ ନିର୍ମାଣ କାର୍ଯ୍ୟ ୧୬ ପ୍ରତିଶତ ସରିଛି ଏବଂ ୫୩ ନଂ ଜାତୀୟ ରାଜପଥର ୩୯.୪ କିଲୋମିଟର ଦୀର୍ଘ ଡୁଳୁରୀ ଠାରୁ ଚଣ୍ଡୀଖୋଲ ରାସ୍ତାର ୮୨ ପ୍ରତିଶତ କାର୍ଯ୍ୟ ସରିଛି । ୨୦୨୫ ଜୁନ ମାସ ଶେଷ ସୁଦ୍ଧା ସାରିବାନେଇ ମାନ୍ୟବର କେନ୍ଦ୍ର ଭୂପୃଷ୍ପ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗକରି ସଂସଦରେ ଉତ୍ତର ରଖିଥିଲେ । ସଂସଦରେ ଦେଇଥିବା ପ୍ରତିଶୃତି ଅନୁସାରେ କାହିଁକି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିଲା ନାହିଁ ସେଥିପାଇଁ ଭାରପ୍ରାପ୍ତ ଅଧିକାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଶୀଘ୍ର ଡୁବୁରୀ-ଚଣ୍ଡିଖୋଲ ରାସ୍ତାର ନିର୍ମାଣ କାର୍ଯ୍ୟ ସାରିବା ପାଇଁ କଡା ନିର୍ଦ୍ଦେଶ ଦେବାକୁ ପୂର୍ବତନ ମନ୍ତ୍ରୀ ତଥା ସଚେତନ ନାଗରୀକ ମଂଚର ମୁଖ୍ୟ ପରାମର୍ଶଦାତା ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଏକପତ୍ର ଲେଖି କେନ୍ଦ୍ର ଭୂପୃଷ୍ଠ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରିଙ୍କୁ ପୁନର୍ବାର ଅନୁରୋଧ କରିଛନ୍ତି ।

ଅନ୍ୟପଟେ କେନ୍ଦ୍ର ରେଳମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଂଜୁର କରାଯାଇଥିଲେ ମଧ୍ୟ ଏକଦା ଯଜାତିକେଶରୀଙ୍କ ସମୟରେ ଉତ୍କଳର ରାଜଧାନୀ ଥିବା ଯାଜପୁର ସହିତ ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲାକୁ ସଂଯୋଗ କରିବାକୁ ଥିବା ଯାଜପୁରରୋଡ-ଧାମରା ରେଳପଥ ପାଇଁ କୌଣସି ଅନୁଦାନ ଘୋଷଣା ହୋଇନଥିବାରୁ ପୂର୍ବତନ ମନ୍ତ୍ରୀ ଡଃ.ଘଡାଇ ଦୁଃଖ ପ୍ରକାଶ କରିବା ସହିତ ପ୍ରସ୍ତାବିତ ଯାଜପୁରରୋଡ-ଧାମରା ରେଳଲାଇନ ନିର୍ମାଣ ପାଇଁ ଅର୍ଥ ମଂଜୁର କରିବା ଏବଂ କଳିଙ୍ଗନଗର ଶିଳ୍ପାଞ୍ଚଳ ମୁଖଶାଳା ଯାଜପୁରରୋଡ ଠାରେ ରେଳ ଡିଭିଜନ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଠଙ୍କୁ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking