14.1 C
Bhubaneswar
Sunday, December 7, 2025
Homeଓଡିଶାକ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ସରକାର ଏତେ ସମ୍ବେଦନଶୂନ୍ୟ କାହିଁକି ? : କଂଗ୍ରେସ

କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ସରକାର ଏତେ ସମ୍ବେଦନଶୂନ୍ୟ କାହିଁକି ? : କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ନାରୀ ନିର୍ଯ୍ୟାତନା କ୍ରମାଗତ ଘଟିଚାଲିଥିବାବେଳେ ସରକାରଙ୍କ କଡା ପଦକ୍ଷେପ ଅଭାବରୁ ଅପରାଧୀମାନେ ଅଧିକ ଅପରାଧ ଘଟାଉଛନ୍ତି । ବାଲେଶ୍ୱର ଛାତ୍ରୀ ଆତ୍ମହୁତୀ ପରି ସ୍ପର୍ଶକାତର ପ୍ରସଙ୍ଗରେ ସରକାରଙ୍କ ଅପାରଗତା ଅପରାଧୀଙ୍କୁ ଅଧିକ ଅପରାଧ କରିବାକୁ ସାହସ ଯୋଗାଉଛି । ତେଣୁ କ୍ଷମତାରେ ରହିବାର ଅଧିକାର ସରକାର ହରାଇ ସାରିଛନ୍ତି ବୋଲି ରବିବାର ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦଳର ବରିଷ୍ଠ ନେତାମାନେ ପ୍ରକାଶ କରିଛନ୍ତି। ଗଣମାଧ୍ୟମକୁ ଓଡିଶା ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମହିଳା ସୁରକ୍ଷାକୁ ରାଜ୍ୟ ସରକାର ସମ୍ପୂର୍ଣ ଅଣଦେଖା କରୁଛନ୍ତି, ଏବେ ରାଜ୍ୟରେ ଯେଉଁଭଳି ଗୋଟିଏ ପରେ ଗୋଟିଏ ନାରୀ ଅତ୍ୟାଚାର ଘଟଣା ଘଟୁଛି, ଏହା ତାହାର ଜ୍ୱଳନ୍ତ ଉଦାହରଣ।

ଏହି ବିଭତ୍ସ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିଅନ୍ତୁ ଏବଂ ଏହି ଅଂଚଳର ଜନପ୍ରତିନିଧି ଖୋଦ ଉପମୁଖ୍ୟମନ୍ତ୍ରୀ ତେଣୁ ତାଙ୍କର କର୍ତ୍ତବ୍ୟ ସେ ଘଟଣାକୁ ନିଜ ମୁଣ୍ଡକୁ ନେଇ ଉତ୍ତରଦାୟୀ ହୁଅନ୍ତୁ। ଏଥିସହିତ ଆହତ ନାବାଳିକାକୁ ସବୁଠୁ ଉନ୍ନତ ମାନର ଚିକିତ୍ସା ଯୋଗାଇ ବାଳିକା ଯେମିତି ସୁସ୍ଥ ହେବ ସେଥିପ୍ରତି ସରକାର ଯତ୍ନବାନ ହୁଅନ୍ତୁ । ଘଟଣା ର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ ମାନଙ୍କ ବିରୁଦ୍ଧରେ ଅତ୍ୟନ୍ତ କଡା ଦଣ୍ଡ ବିଧାନ ପାଇଁ ସରକାର ପଦକ୍ଷେପ ନିଅନ୍ତୁ ଏବଂ ପୀଡିତାଙ୍କ ପରିବାର କୁ ୧ କୋଟି ଟଙ୍କା ଅନୁକମ୍ପା ରାଶି ଦିଅନ୍ତୁ। ଏଫ ଏମ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣା କୁ ରୋକା ଯାଇ ପାରିଥାନ୍ତା କିନ୍ତୁ ସରକାରଙ୍କ ରାଜନୈତିକ ଉଦାସୀନତା ଯୋଗୁଁ ଜଣେ ନିରୀହ ଛାତ୍ରୀ ନିଜ ଜୀବନ ନେବାକୁ ବାଧ୍ୟ ହେଲା ।ତଥାପି ଏହି ଘଟଣା ରୁ ସରକାରଙ୍କ ଜ୍ଞାନ ଉଦୟ ହେଲା ନାହିଁ ।

ଡବଲ ଇଂଜିନ ସରକାରରେ ଦେଶରେ ଆଜି ଓଡିଶା ସବୁଠୁ ଅସୁରକ୍ଷିତ ହୋଇ ପଡିଛି ଆଇନ ଶୃଙ୍ଖଳା ରସାତଳଗାମୀ ହେବାକୁ ବସିଛି ଏବଂ ଆଇନ ଉପରେ ଲୋକଙ୍କ ଭରଷା ତୁଟିବାରେ ଲାଗିଲାଣି । ଏମ୍ସ ପରିସରରେ ୧୬୩ ଧାରା ଲାଗୁ ହେବା ପ୍ରସଙ୍ଗରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଏମ୍ସ ହେଉଛି ଆମ ରାଜ୍ୟର ଏକ ଉନ୍ନତ ମାନର ଚିକିତ୍ସାଳୟ। ସେଠାକୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଆସିଥାନ୍ତି। ଭାରତୀୟ ନ୍ୟାୟ ସଂହିତା ଅନୁଯାଇ ୧୬୩ ଧାରା ଜାରୀ ହେଲେ କୌଣସି ସ୍ଥାନରେ ୪ ଜଣରୁ ଅଧିକ ଲୋକ ରହି ପାରିବେ ନାହିଁ କିନ୍ତୁ ସରକାର ସମ୍ପୂର୍ଣ ଏମ୍ସ ପରିସରରେ ୧୬୪ ଧାରା ଜାରି କରିବା ଦ୍ୱାରା ରୋଗୀ ତଥା ତାଙ୍କ ପରିଜନ ଅକଥନୀୟ ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି ଯେ ରାଜ୍ୟରେ ନାରୀ ନିର୍ଯ୍ୟାତନା ବଢ଼ି ଚାଲିଥିବାବେଳେ ଏଥିପ୍ରତି ସରକାରଙ୍କ ସମ୍ବେଦନଶୂନ୍ୟତା ଦିନକୁ ଦିନ ପରିସ୍ଥିତିକୁ ଅଧିକ ଗମ୍ଭୀର କରୁଛି । ବାଲେଶ୍ୱର ଛାତ୍ରୀ ଆତ୍ମହୁତୀ ଘଟଣାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିଜେ ମହିଳା ହୋଇ ମଧ୍ୟ ବାଲେଶ୍ୱର ଗଲେନାହିଁ । ଆଜି ତାଙ୍କ ନିର୍ବାଚନ ମଣ୍ଡଳୀରେ ଆଉ ଏକ ନାରକୀୟ କାଣ୍ଡ ଘଟିଲା ଏଥିରେ ମଧ୍ୟ ଘଟଣାର ୩୦ ଘଣ୍ଟା ପରେବି ସେ ଘଟଣାସ୍ଥଳକୁ କିମ୍ବା ଏମ୍ସ (ଏମ୍ସ)କୁ ଯାଇ ନାହାନ୍ତି । ବାଲେଶ୍ୱର ଘଟଣାର ନ୍ୟାୟିକ ତଦନ୍ତ ଦାଵୀରେ ରାଜ୍ୟଵ୍ୟାପୀ କଂଗ୍ରେସର ଆନ୍ଦୋଳନ ଜାରୀ ରହିବ । ଆସନ୍ତା ୨୪ ତାରିଖ ଦିବଙ୍ଗତ ଛାତ୍ରୀଙ୍କ ଏକାଦଶାହ ଅବସରରେ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ୨ ମିନିଟ ନୀରବ ପ୍ରାର୍ଥନା କରାଯିବ ଏବଂ ନିମାପଡା ନାବାଳିକାଙ୍କ ଆଶୁ ଆରୋଗ୍ୟ କାମନା କରାଯିବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜେନା ଏବଂ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking