28.1 C
Bhubaneswar
Sunday, September 8, 2024
Homeଓଡିଶାଭାଜପାଙ୍କ ଉପରେ କାହିଁକି ରାଗିଲେ ଗଣେଶ୍ୱର

ଭାଜପାଙ୍କ ଉପରେ କାହିଁକି ରାଗିଲେ ଗଣେଶ୍ୱର

ଭୁବନେଶ୍ୱର : ବିଜେଡି ସରକାରଙ୍କ ଯୋଜନାର ନାଁ ବଦଳିବା ନେଇ ଗୃହରେ ହଙ୍ଗାମା ହୋଇଛି । ଶୂନ୍ୟକାଳରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା ଭାଜପା ଉପରେ ରାଗିଯାଇଛନ୍ତି । ସେ କହିଛନ୍ତି, ସରକାର ବଦଳିବା ପରେ ୩୧୪ ବ୍ଲକର ବିକାଶ କାର୍ଯ୍ୟ ଠପ୍‌ ହୋଇଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିକାଶ ମୂଳକ କାମ ପାଇଁ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯିବ ନେଇ ଘୋଷଣା କରାଯାଇଥିଲା। ସରକାର ବଦଳିବା ପରେ ଏହି ଯୋଜନାରେ କୌଣସି କାର୍ଯ୍ୟ ହେଉନି । କାର୍ଯ୍ୟାଦେଶ ମିଳିବା ପରେ ମଧ୍ୟ କାମ ହେଉନାହିଁ । ଯେଉଁଠି କାମ ସରିଛି ବିଲ୍‌ ମଧ୍ୟ ହେଉନାହିଁ । ଏବେ ନୂଆ ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା କରିଛନ୍ତି। ତେଣୁ ଏ ସଂକ୍ରାନ୍ତରେ ବିଧାୟକ ବେହେରା ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି । କେବଳ ନାଁ ପରିବର୍ତ୍ତନ କରିଦେଲେ ଗୋଲାପ ଫୁଲ ଦୁଦୁରା ଫୁଲ ହୋଇ ଯିବନି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ତାଙ୍କୁ କାଉଣ୍ଟ କରି ଭାଜପା ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି , ଆମ ଓଡ଼ିଶା ନବୀନ ଓଡ଼ିଶା ନିର୍ବାଚନ ଜିତିବା ପାଇଁ ଯୋଜନା ହୋଇଥିଲା । ନିର୍ବାଚନ ପୂର୍ବରୁ କର୍ମୀଙ୍କୁ ପଇସା ଦେଇ ନିର୍ବାଚନ ଜିତିବାକୁ ଯୋଜନା ହୋଇଥିଲା । ଗାଁରେ ଭୋଟ କିଣିବା ପାଇଁ ଏହି ଯୋଜନା ଥିଲା । ଏହି ଯୋଜନା ନୀତି ଭ୍ରଷ୍ଟ, ଦୁର୍ନୀତି ଜେଇଙ୍କ ମାଧ୍ୟମରେ କୋଟି କୋଟି ଟଙ୍କା ଲୁଟ୍‌ କରାଯାଇଛି ବୋଲି ବିଧାୟକ ପଟ୍ଟନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking