27.1 C
Bhubaneswar
Tuesday, April 8, 2025
Homeଓଡିଶାମେଦବହୁଳତା କାହିଁକି ହୁଏ? ଶରୀର ଉପରେ କିପରି ପ୍ରଭାବ ପକାଇଥାଏ

ମେଦବହୁଳତା କାହିଁକି ହୁଏ? ଶରୀର ଉପରେ କିପରି ପ୍ରଭାବ ପକାଇଥାଏ

ଭୁବନେଶ୍ୱର: ମେଦବହୁଳତା କହିଲେ ବ୍ୟକ୍ତିଙ୍କ ଶରୀରରେ ଅତ୍ୟଧିକ ଚର୍ବି ଥାଏ, ଯାହା ସମ୍ଭାବ୍ୟ ଭାବରେ ତାଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ। ମେଦ ବହୁଳତା କେବଳ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ ନାହିଁ । ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଅନେକ ରୋଗର ଶିକାର ହେବାକୁ ପଡିଥାଏ ।

ତେବେ ଜାଣନ୍ତୁ ମେଦ ବହୁଳତା କାହିଁକି ହୁଏ
ଅନ୍ୟ ରୋଗର ଚିକିତ୍ସା ପାଇଁ ଆପଣ ନେଉଥବା ଔଷଧ ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରେ । ଶରୀରର ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଖାଇଲେ ଏବଂ ଅଧିକ ମିଠା ଯୁକ୍ତ ଖାଦ୍ୟ ଖାଇଲେ ଶରୀରରେ ଚର୍ୱି ଅଧିକ ବଢିଥାଏ । କୌଣସି କାମ ନ କରି , ଟିଭି ଦେଖିବା ଗେମ ଖେଳିବା ଏବଂ ଲାପଟପରେ ସମୟ ବିତାଇ ଘଣ୍ଟା ଘଣ୍ଟା ଧରି ବସି ରହିବା ଫଳରେ ଶରୀରରେ ଅଧିକ ଚର୍ୱି ସୃଷ୍ଟି ହୋଇଥାଏ ।
ମେଦ ବହୁଳତା ହେବା ଦ୍ୱାରା ହୃଦରୋଗ ଜନିତ ରୋଗର ଆଶଙ୍କା ବଢିଯାଏ । ଏହା ଛଡା ଗଣ୍ଠି ରୋଗ , ପିଠି ଯନ୍ତ୍ରଣା ଏବଂ ମହିଳାଙ୍କ ମଧ୍ୟରେ ଗର୍ଭଧାରଣ ସମୟରେ ସମସ୍ୟା ଦେଖାଦିଏ ।

ତେବେ ମେଦ ବହୁଳତାରୁ କିପରି ରକ୍ଷା ପାଇବେ ଜାଣନ୍ତୁ
ମେଦ ବହୁଳତାରୁ ମୁକ୍ତି ପାଇବାକୁ ହେଲେ ପ୍ରତିଦିଆ ସକାଳୁ ଚାଲିବା ଏବଂ ଶାରୀରିକ ବ୍ୟାୟାମ କରିବା ଆବଶ୍ୟକ । ମେଦବହୁଳତା ହ୍ରାସ କରିବା ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ପର୍ଯ୍ୟାପ୍ତ ନିଦ୍ରା ମଧ୍ୟ ଆବଶ୍ୟକ । ଶରୀରରେ ହରମୋନଗୁଡ଼ିକୁ ସନ୍ତୁଳିତ କରିବା ପାଇଁ ଅତି କମରେ 7-8 ଘଣ୍ଟା ଭଲ ନିଦ୍ରା ଆବଶ୍ୟକ। ଯେତେବେଳେ ସମ୍ପୂର୍ଣ୍ଣ ନିଦ୍ରା ହୁଏ, ଚାପ ହ୍ରାସ ପାଏ । ଯେତେବେଳେ ଚାପ ହ୍ରାସ ପାଏ, ମେଦବହୁଳତା ହ୍ରାସ ପାଏ । ପ୍ରତିଦିନ ଘରେ ତିଆରି ଖାଦ୍ୟ ଖାଆନ୍ତୁ। ଆପଣଙ୍କ ଖାଦ୍ୟରେ ଫଳ, ପନିପରିବା, ଶସ୍ୟ, ଲିନ୍ ପ୍ରୋଟିନ୍ ଏବଂ ସୁସ୍ଥ ଚର୍ବି ସାମିଲ କରନ୍ତୁ। ପ୍ରକ୍ରିୟାକୃତ ଖାଦ୍ୟ ଏବଂ ମିଠା ଜିନିଷ ଖାଇବାକୁ ଏଡ଼ାନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking