18.1 C
Bhubaneswar
Friday, January 17, 2025
Homeଦେଶ ବିଦେଶସାଧୁ କହିଲେ ଭସ୍ମ ଲେପ କରନ୍ତି କାହିଁକି?

ସାଧୁ କହିଲେ ଭସ୍ମ ଲେପ କରନ୍ତି କାହିଁକି?

ପ୍ରୟାଗରାଜ: ୧୪୪ ବର୍ଷ ପରେ ସଙ୍ଗମସ୍ଥଳ ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା । ଏଥିରେ ଯୋଗ ଦେଇଛନ୍ତି ଦେଶ ବିଦେଶରୁ ଆସିଥିବା ସାଧୁସନ୍ଥା ହେଲେ ଏଠାରେ ସବୁଠୁ ବଡ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛନ୍ତି ନାଗା ସାଧୁ । ନାଗା ସାଧୁଙ୍କୁ ଦେଖିଲେ ମନରେ ଅନେକ ପ୍ରଶ୍ନ ଉଠେ । ସେମାନଙ୍କ ଜୀବନ ଏତେ କଷ୍ଟ କାହିଁକି ? ଏହି ପ୍ରଶ୍ନ ମହାକୁମ୍ଭ ମେଳାରେ ଯୋଗ ଦେଇଥିବା ଜଣେ ନାଗା ସାଧୁଙ୍କୁ ଯେତେବେଳେ ପଚାରାଯାଇଥିଲା ଏହାର ଉତ୍ତରରେ ବାବା କହିଥିଲେ, ଏହା ଅଭିମନ୍ତ୍ରୀତ ବିଭୁତି, ଯାହା ଚାଦର ଭଳି କାମ କରେ । ଏହା ଯନ୍ତ୍ର, ମନ୍ତ୍ର, ତନ୍ତ୍ରରେ ଅଭିମନ୍ତ୍ରୀତ ହୋଇଥାଏ । ଏହାକୁ ଦଶନାମୀ ଚାଦର ବୋଲି କୁହାଯାଏ ଏବଂ ଏହା ନାଗାସାଧୁଙ୍କ ପାଇଁ ଶକ୍ତିବର୍ଦ୍ଧକ ଭାବେ କାର୍ଯ୍ୟ ତରେ । ବାବା କହିଥିଲେ, ସେମାନଙ୍କ ମନ ଚିତ୍ତ ସମ୍ପୂର୍ଣ୍ଣ ଉଲଗ୍ନ । କହିବାର ଅର୍ଥ ସେମାନଙ୍କ ମନ ଓ ଚିତ୍ତରେ, କାମ କ୍ରୋଧ ଲୋଭ ବୋଲି କିଛି ନାହିଁ । ଏହା କେବଳ ଦୟାର ଭଣ୍ଡାର । ତେଣୁ ବିକାର ଶୂନ୍ୟ ହୋଇଥିବାରୁ ସେମାନଙ୍କୁ ନାଗା ସନ୍ୟାସୀ ବୋଲି କୁହାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking