ନୂଆଦିଲ୍ଲୀ : ୧୮ ଡିସେମ୍ବର ୨୦୨୪ ଅଷ୍ଟ୍ରେଲିଆର ଏକ ଗାବାରୁ ଏକ ଖବର ଆସିଛି ଯାହା କ୍ରିକେଟ ପ୍ରମୀଙ୍କୁ ଆଶ୍ଚଯ୍ୟ ଲାଗିଛି । ଅନ୍ତର୍ଜାତୀୟ କ୍ରିକେଟରୁ ଇମୋସନାଲ ଅନ୍ଦାଜରେ ଅବସର ଘୋଷଣା କରିଥିଲେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବି ଚନ୍ଦ୍ରନ ଅଶ୍ୱିନ । କାହିଁକି ଏକ ସିରିଜ ଅଧାରୁ ଅଶ୍ୱିନ ଅବସର ଘୋଷଣା କଲେ ତାହାକୁ ନେଇ ଦେଶରେ ଚହଳ ସୃଷ୍ଟି ହେଉଛି । ଅଶ୍ୱିନୀଙ୍କ ଅବସରକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ନିଜ ଅବସର ପଛର କାରଣ କହିଛନ୍ତି ଅଶ୍ୱିନୀ । ଅଶ୍ୱିନୀ କହିଛନ୍ତି ମୋ ଭିତରେ ଦମ ଥିଲା ମୁଁ ଆହୁରି କ୍ରିକେଟ ଖେଳିଥାଆନ୍ତି । ନିଜର ୟୁଟ୍ୟୁବ ଚ୍ୟାନେଲରେ ଅଶ୍ୱିନୀ କହିଛନ୍ତି ଆପଣ ଭାବନ୍ତୁ ମୁଁ ଏକ ଫେରଫ୍ୱେଲ ମ୍ୟାଚ ଖେଳିବାକୁ ଚାହୁଁଛି । କିନ୍ତୁ ମୁଁ ଡିଜର୍ଭ କରୁନି । ମୋତେ ପରୋକ୍ଷରେ କୁହାଯାଉଛି ଲାଷ୍ଟ ମ୍ୟାଚ ଖେଳ ଅର୍ଥାତ ମୁଁ ମ୍ୟାଚ ଖେଳି ଅବସର ନେବି ହେଲେ ସେମିତି ମୁଁ ଚାହେଁନା ବୋଲି ଅଶ୍ୱିନୀ କହିଥିଲେ ।