ଭୁବନେଶ୍ୱର: ବିଜେଡିରେ ସୁଜତା ଏଣ୍ଟ୍ରି କଲେ ଗ୍ରହଣୀୟତା ପ୍ରଶ୍ନରେ ସ୍ନେହାଙ୍ଗିନୀ ଛୁରିଆଙ୍କ ଜବାବ । ନବୀନ ବାବୁ ଯାହା ନିଷ୍ପତ୍ତି ନେବେ, ଆମେ ତାହାକୁ ମାନିବୁ । ଶ୍ରୀମୟୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ କାଉଣ୍ଟର କଲେ ସ୍ନେହାଙ୍ଗିନୀ । ଦଳ ଭିତରେ ଯିଏ ନାହାଁନ୍ତି ସିଏ କାହିଁକି ଆମ ଦଳ ପାଇଁ ଉଦ୍ବିଗ୍ନ । ସେ ତାଙ୍କ ଘର କଥା ବୁଝନ୍ତୁ, ତାଙ୍କୁ ଆମେ ଗୁରୁତ୍ୱ ଦେଉନାହୁଁ । ଆମ ଦଳ ସବୁବେଳେ ଏକ, ବୈଠକ ପାଇଁ ନବୀନ ବାବୁଙ୍କ ନିର୍ଦ୍ଦେଶ ରହିଛି । ସୂଚନାଯୋଗ୍ୟ, ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିଜେଡି ଏଣ୍ଟ୍ରି ସମ୍ଭାବନାକୁ ନେଇ ସୋସିଆଲ ମିଡିଆରେ ପୁଣି ଟାର୍ଗେଟ କରି ଶ୍ରୀମୟୀ ମିଶ୍ର ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ନ ନେଇ ପରୋକ୍ଷରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ମୁଖିଆଙ୍କୁ ମନାଇବାକୁ ଆରମ୍ଭ ହେଲାଣି ପ୍ରାୟୋଜିତ କାର୍ଯ୍ୟକ୍ରମ । ନୂଆପଡା ମିଛେଇ ଭାଣିଜିଙ୍କ ଆୟୋଜନ, କେମିତି ହେବ ତାମିଲ ବୋହୂଙ୍କ ଆଗମନ । ମହିଳା ନେତ୍ରୀଙ୍କୁ କରି ଏକତ୍ରିତ, ବୁଲି ଆସିବେ ମୁଖିଆ ନିବାସ । ଏଭଳି କିଛି ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଶ୍ରୀମୟୀ ।










