27.1 C
Bhubaneswar
Sunday, July 7, 2024
Homeରଥଯାତ୍ର-୨୦୨୪ବଡ଼ଦାଣ୍ଡ ମଝିରେ କାହିଁକି ଅଟକେ ତିନି ରଥ ?

ବଡ଼ଦାଣ୍ଡ ମଝିରେ କାହିଁକି ଅଟକେ ତିନି ରଥ ?

ପୁରୀ : ଭାଇଭଉଣୀଙ୍କୁ ସାଥିରେ ନେଇ ତିନି ରଥରେ ବିରାଜମାନ ହୋଇ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ବା ମାଉସୀ ଘରକୁ ଯାତ୍ରା କରିଥାନ୍ତି ମହାପ୍ରଭୁ । ଶ୍ରୀଗୁଣ୍ଡିଚା ଯାତ୍ରା କରିବା ସମୟରେ ଅଧା ବାଟରେ ଅଟକିଯାଏ ତିନି ରଥ । ମହାପ୍ରଭୁଙ୍କ ଏହି ଲୀଳା ମଧ୍ୟରେ ରହିଛି କିଛି କିମ୍ବଦନ୍ତୀ । ବଡ଼ଦାଣ୍ଡରେ ଥିବା ମାଉସୀ ମା ମନ୍ଦିରରେ କିଛି ସମୟ ରହେ ତିନି ରଥ । ମାଉସୀ ମା ମନ୍ଦିର ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭାବଗତ ସମ୍ପର୍କ ରହିଛି । ଶ୍ରୀଗୁଣ୍ଡିଚା ଦିନ ତିନି ରଥ ମାଉସୀ ମା ମନ୍ଦିର ଦେଇ ଯାଇଥାନ୍ତି । ବାହୁଡ଼ା ଯାତ୍ରା ଦିନ ଫେରିବା ବାଟରେ ମାଉସୀ ମା ଶ୍ରଦ୍ଧାରେ ପ୍ରସ୍ତୁତ କରିଥିବା ପୋଡ ପିଠା ଭୋଗ ଖୁଆଇ ତିନି ରଥକୁ ମେଲାଣି ଦେଇଥାନ୍ତି । ତେବେ ଆପଣ ଭାବୁଥିବେ ପ୍ରଭୁଙ୍କର ମାଉସୀ ମା ଘର ମାନେ ଶ୍ରୀଗୁଣ୍ଡିଚା ମନ୍ଦିର । କିନ୍ତୁ ନା ଏହା ଆଦୌ ଠିକ ନୁହେଁ, ପ୍ରକୃତରେ ଶ୍ରୀଗୁଣ୍ଡିଚା ମନ୍ଦିର ପୂର୍ବରୁ ପ୍ରଭୁଙ୍କର ମାଉସୀ ମା ଘର ପଡିଥାଏ । ଜଗନ୍ନାଥ ଭାଇ ଭଉଣୀଙ୍କ ସହ ରଥାରୂଢ଼ ହୋଇ ଶ୍ରୀ ଗୁଣ୍ଡିଚା ମନ୍ଦିର ଯିବା ବାଟରେ ବଡ଼ଦାଣ୍ଡରେ ଦଇତାପଡା ସାହିର ପାର୍ଶ୍ବରେ ବଳଗଣ୍ଡି ପୂର୍ବରୁ ପଡେ଼ ଅର୍ଦ୍ଧାଶନୀ ବା ମାଉସୀ ମା’ମନ୍ଦିର । କେଶରୀ ବଂଶର ରାଜାଙ୍କ ସମୟରେ ଏହି ମନ୍ଦିର ନିର୍ମାଣ ହୋଇଥିଲା । ଦେବୀ ଅର୍ଦ୍ଧାଶନୀ ହେଉଛନ୍ତି ଦେବୀ ସୁଭଦ୍ରାଙ୍କ ଅଙ୍ଗ ସମ୍ଭୁତା । ରଥ ଯାତ୍ରା ସମୟରେ ମାଉସୀ ମା ମନ୍ଦିର ସମସ୍ତଙ୍କ ପାଇଁ ବିଶେଷ ଆକର୍ଷଣ ଓ ଚଳଚଞ୍ଚଳ ହୋଇଥାଏ । ରଥଯାତ୍ରା ଦିନ ତିନି ରଥରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରୁଥିବା ସମୟରେ ମାଉସୀମା’ ମନ୍ଦିର ପାଖରେ ରଥ ଟିକିଏ ଅଟକି ଥାଏ । କାରଣ ମହାପ୍ରଭୁ ବଡ ବ୍ୟସ୍ତ ଥାଆନ୍ତି ଗୁଣ୍ଡିଚା ମନ୍ଦିରକୁ ଯିବା ପାଇଁ । କେବଳ ମାଉସୀ ମା’ ଙ୍କ ନିମନ୍ତେ ରଥ କିଛି ସମୟ ଅଟକି ଥାଏ । କିନ୍ତୁ ବାହୁଡା ଯାତ୍ରା ଦିନ ଅର୍ଥାତ ଗୁଣ୍ଡିଚା ମନ୍ଦିରରୁ ନବଦିନ ଯାତ୍ରା ସାରି ଫେରିଲା ବେଳକୁ ମହାପ୍ରଭୁ ଭାଇ ଓ ଉଉଣୀଙ୍କ ସହିତ ମାଉସୀମା’ ମନ୍ଦିର ନିକଟରେ ରଥକୁ ଅଟକାଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking