23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଚୀନ୍‌ରେ କାହିଁକି ବିକ୍ରି କରାଯାଉଛି ଭଗବାନ ବୁଦ୍ଧଙ୍କ ଭଳି ଡୋନାଲ୍ଡ ଟ୍ରମ୍ପଙ୍କ ମୂର୍ତ୍ତି?

ଚୀନ୍‌ରେ କାହିଁକି ବିକ୍ରି କରାଯାଉଛି ଭଗବାନ ବୁଦ୍ଧଙ୍କ ଭଳି ଡୋନାଲ୍ଡ ଟ୍ରମ୍ପଙ୍କ ମୂର୍ତ୍ତି?

ନୂଆଦିଲ୍ଲୀ : ନିଜର ଭିତ୍ତହୀନ ଓ ଉଗ୍ର ବୟାନବାଜି ଯୋଗୁଁ ଚର୍ଚ୍ଚାରେ ଥିବା ଡୋନାଲ୍ଡ ଟ୍ରମ୍ପ ,ଆସନ୍ତା ୨୦ ଜାନୁଆରୀରେ ଆମେରିକାର ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବେ। ଆମେରିକୀୟ ରାଷ୍ଟ୍ରପତି ଭାବେ ଏହା ଟ୍ରମ୍ପଙ୍କର ଶେଷ କାର୍ଯ୍ୟକାଳ , ଏଥିପାଇଁ ତାଙ୍କର ପଦକ୍ଷେପ ଉପରେ ସାରା ଦୁନିଆର ନଜର ରହିବ। ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପ ନିଜର ଦୃଢ ଦାମ୍ଭିକତା ଦେଖାଇବା ଆରମ୍ଭ କରି ଦେଇଛନ୍ତି। କାନାଡାକୁ ଆମେରିକାର ୫୧ତମ ରାଜ୍ୟ ଭାଗେ ଗଠନ କରିବାକୁ ଆତୁର ହୋଇଛନ୍ତି। ଭାରତ ଓ ଚୀନ୍‌କୁ ଟାରିଫ ନେଇ ଧମକ ଦେଇ ସାରିଛନ୍ତି। ହେଲେ ଏ ଭିତରେ ଏକ ଖବର ସାମନାକୁ ଆସିଛି। ଯାହାକି ଆପଣଙ୍କ ମନରେ କୌତୁହଳ ସୃଷ୍ଟି କରିବ। ଚୀନ୍‌ରେ ଟ୍ରମ୍ପଙ୍କ ଭଗବାନ ବୁଦ୍ଧ ଭଳି ପ୍ରତିମା ବିକ୍ରି ହେଉଛି। ଏହାକୁ ତିଆରି କରିଥିବା ମୂର୍ତ୍ତିଶିଳ୍ପୀ ଏହାକୁ ତିଆରି କରିବା ପଛର କାରଣ ମଧ୍ୟ କହିଛନ୍ତି।

ସାଧାରଣ ଭାବେ ରାଜନେତାଙ୍କ ବ୍ୟକ୍ତିତ୍ୱ ଶାନ୍ତ ଓ ଉଦାସ ହୋଇ ଥାଏ। ଏହାର ବିପରୀତ ଡୋନାଲ୍ଡ ଟ୍ରମ୍ପ ବହୁତ ବଡ଼ ଅନଲାଇନ୍ ବ୍ୟକ୍ତି ବିଶେଷ। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ପର ଠାରୁ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଚୀନ୍‌ର ଗ୍ରାମୀଣ ଅଞ୍ଚଳରେ ଜଣେ ଶିଳ୍ପୀ ଟ୍ରମ୍ପଙ୍କ ଭଗବାନ ବୁଦ୍ଧଙ୍କ ଭଳି ପ୍ରତିମା ଗଢିଛନ୍ତି। ହେଲେ ଏହା ପ୍ରଥମ ଥର ନୁହେଁ, ୨୦୨୧ରେ ମଧ୍ୟ ଇ-କମର୍ସ ପ୍ଲାଟଫର୍ମ ତାଓବାଓରେ ଟ୍ରମ୍ପଙ୍କ ଏମିତି ହିଁ ପ୍ରତିମା ଖୁବ୍ ଭାଇରାଲ ହେଉଥିଲା। ଏହିଥର ଟ୍ରମ୍ପଙ୍କ ଏହି ରୂପ ତିଆରି କରି ଥିବା ଶିଳ୍ପୀଙ୍କର ନାଁ ହାଙ୍ଗ ଜିନସି। ଟ୍ରମ୍ପଙ୍କର ଏହି ପ୍ରତିମା ଭଗବାନ ବୁଦ୍ଧଙ୍କ କଥା ମନେପକାଇ ଦେଉଛି। ଟ୍ରମ୍ପ ବୁଦ୍ଧଙ୍କ ଭଳି ମୁଦ୍ରାରେ ଆଖି ବନ୍ଦ କରି ଶାନ୍ତରେ ବସିଛନ୍ତି। ହାଙ୍ଗ ଟ୍ରମ୍ପଙ୍କ ଆକାରର ଆଧାରରେ ପ୍ରତିମାର ମୂଲ୍ୟ ସ୍ଥିର କରିଛନ୍ତି। ଏହା ୯୯୯ରୁ ୨୦,୦୦୦ ୟୁଆନ ମଧ୍ୟରେ ବିକ୍ରି ହେଉଛି। ହାଙ୍ଗ କହିଛନ୍ତି ଯେ, ଏହି ମୂର୍ତ୍ତି ଗୁଡ଼ିକୁ ମଜାଳିଆ ଭାବେ ଡିଜାଇନ୍ କରାଯାଇଛି। ସେ କହିଛନ୍ତି , ନିର୍ବାଚନ ଜିତିବା ପର ଠାରୁ ଲୋକଙ୍କ ମନରେ ଟ୍ରମ୍ପଙ୍କ ପ୍ରତି ରୁଚି ବଢି ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking