24.1 C
Bhubaneswar
Friday, January 16, 2026
Homeଓଡିଶାବିଶ୍ୱାସଘାତକ କିଏ ଲୋକେ କହିବେ: ବିଜୟ

ବିଶ୍ୱାସଘାତକ କିଏ ଲୋକେ କହିବେ: ବିଜୟ

ଭୁବନେଶ୍ୱର: ପୁଅ ଅରବିନ୍ଦଙ୍କ ନିଲମ୍ବନ ନେଇ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି, କାହିଁକି ପୁଅକୁ ନିଲମ୍ବନ କରାଗଲା ମୁଁ ଆଦୌ ଜାଣିନି । ବିଶ୍ୱାସଘାତକ କିଏ ଲୋକେ ବିଚାର କରିବେ । ଏହା ପଛରେ ଷଡଯନ୍ତ୍ର ଥାଇପାରେ କହିଲେ ବିଜୟ । ସୂଚନା ଥାଉକି, ଗତକାଲି ବିଜେଡିରୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ କେନ୍ଦୁଝର ବିଧାୟକ ସନାତନ ମହାକୁଡଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଲମ୍ବିତ କରିଛନ୍ତି । ଗତକାଲି  ଦଳରୁ ନିଲମ୍ବନ ପରେ ବିଧାୟକ ଅରବିନ୍ଦ ମହାପାତ୍ର ପ୍ରଥମ ପ୍ରତିକ୍ରିୟାରେ  କହିଛନ୍ତି ଯେ ମୋତେ ଏ ଯାଏଁ କୌଣସି ସୋ କଜ୍ ନୋଟିସ୍ ମିଳିନାହିଁ । ମୋ ସହିତ କେହି ଯୋଗାଯୋଗ କରିନାହାନ୍ତି । ମୋତେ କାହିଁକି ନିଲମ୍ବନ କରାଗଲା ମୁଁ ଜାଣିନି । ମୁଁ କୌଣସି ଦଳବିରୋଧୀ କାର୍ଯ୍ୟ କରିନି । ମୁଁ ମୋ ନିର୍ବାଚନ କ୍ଷେତ୍ରରେ ଲୋକଙ୍କ ପାଇଁ କାମ କରୁଥିଲି । ମୁଁ କୌଣସି ମେଳିକୁ ଯାଇନି କି ଭୋଜି ଖାଇନି । ମୋ ବାପା ସ୍ୱତନ୍ତ୍ର ଓ ବରିଷ୍ଠ ନେତା, ସେ କଣ କରିବେ ତାଙ୍କ କଥା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking