21.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଫଡନାଭିସ ସରକାରରେ କାହାକୁ ମିଳିବ ମନ୍ତ୍ରୀ ପଦ?

ଫଡନାଭିସ ସରକାରରେ କାହାକୁ ମିଳିବ ମନ୍ତ୍ରୀ ପଦ?

ନୂଆଦିଲ୍ଲୀ: ହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ କାହାକୁ ମିଳିବ ମନ୍ତ୍ରୀପଦ? ତା’ ଉପରୁ ହଟିବ ପରଦା। ଅପରାହ୍ଣ ୪ଟାରେ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମାରୋହ ହେବ । ୩୩ ବର୍ଷ ପରେ ପ୍ରଥମଥର ମୁମ୍ବାଇ ବାହାରେ ମନ୍ତ୍ରିମଣ୍ଡଳ ଶପଥ ସମାରୋହର ଆୟୋଜନ ହେବ । ନାଗପୁରରେ ହେବ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ। ନଭେମ୍ବର ୨୦ ତାରିଖରେ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ୨୮୮ ଆସନରୁ ୨୩୦ ସିଟ୍‌ ଜିତି ସରକାର ଗଠନ କରିଛି। ଏଥିରେ ବିଜେପି ସର୍ବାଧିକ ୧୩୨ ସିଟ୍ ସହ ଆଗରେ ଥିବା ବେଳେ ସିନ୍ଦେଙ୍କ ଶିବସେନା ୫୭ ଏବଂ ଏନସିପି ୪୧ ସିଟ୍ ଜିତିଥିଲା। ୩୩ ବର୍ଷ ପରେ ନାଗପୁରରେ ମନ୍ତ୍ରିମଣ୍ଡଳର ଶପଥ ସମାରୋହ ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ। ନାଗପୁରରେ ପହଞ୍ଚିବା ପରେ ଭବ୍ୟ ରୋଡ୍ ସୋରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କ ସହ ପତ୍ନୀ ଅମୃତା ଫଡନାଭିସ ଏବଂ ମହାୟୁତି ମେଣ୍ଟର ନେତା ସାମିଲ ହୋଇଛନ୍ତି। ସେହିପରି ଗତକାଲି ଠୁ ମାନେ ଡିସେମ୍ବର ୧୬ ତାରିଖରୁ ନାଗପୁରରେ ଶୀତକାଳୀନ ଅଧିବେଶନ ହେବ । ମହାରାଷ୍ଟ୍ର କ୍ୟାବିନେଟର ପ୍ରଥମ ପର୍ୟ୍ୟାୟରେ ୩୦ରୁ ୩୨ ବିଧାୟକ ଶପଥ ନେଇପାରନ୍ତି । ମୁଖ୍ୟୃମନ୍ତ୍ରୀ ସମେତ ସର୍ବାଧିକ ୪୩ ସଦସ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇପାରନ୍ତି । ବିଜେପିରୁ ୨୦ରୁ ୨୨ ବିଧାୟକ ମନ୍ତ୍ରୀପଦର ଶପଥ ନେବେ । ଶିବସେନାରୁ ୧୩ ବିଧାୟକ ମନ୍ତ୍ରୀପଦର ଶପଥ ନେବେ । ଏନସିପିରୁ ୧୦ ବିଧାୟକ ମନ୍ତ୍ରୀପଦର ଶପଥ ନେବେ । ବର୍ତ୍ତମାନର ଅନେକ ମନ୍ତ୍ରୀ ହରାଇପାରନ୍ତି ପଦ । ସିନ୍ଦେ ଗୋଷ୍ଠୀର ୪ ମନ୍ତ୍ରୀଙ୍କ ପତା କଟିପାରେ । ବିଜେପିର ୩ ମନ୍ତ୍ରୀଙ୍କୁ ମିଳିନପାରେ ପଦ । ଏନସିପିର ୨ ମନ୍ତ୍ରୀ ହରାଇପାରନ୍ତି ପଦ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking