17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଇରାନ୍‌ର ପରବର୍ତ୍ତୀ ସୁପ୍ରିମ୍ ଲିଡର କିଏ?

ଇରାନ୍‌ର ପରବର୍ତ୍ତୀ ସୁପ୍ରିମ୍ ଲିଡର କିଏ?

ତେହରାନ: ଇରାନର ସର୍ବୋଚ୍ଚ ନେତା ୮୫ ବର୍ଷୀୟ ଆୟୋତୁଲ୍ଲା ଅଲ୍ଲି ଖାମେନେଇଙ୍କ ସମ୍ପର୍କରେ ଏକ ବଡ ଖବର ଆସିଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଖାମେନେଇ ଏବେ ଅସୁସ୍ଥ ରହିଛନ୍ତି। ବୟସାଧିକ୍ୟ ବାର୍ଦ୍ଧକ୍ୟତା କାରଣରୁ ଅଧିକାଂଶ ସମୟରେ ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁନାହିଁ। ତେବେ ଏପରି ସ୍ଥିତିରେ ଖାମେନେଇଙ୍କ ଉତ୍ତରାଧିକାରୀ ଭାବେ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଖୋଜାଚାଲିଛି ଯିଏକି ଇରାନ୍‌ର ଭାଗ୍ୟଡୋରକୁ ସମ୍ଭାଳିପାରିବେ। ମୋଟାମୋଟି ଖାମେନେଇଙ୍କ ଜୀବାବସ୍ଥାରେ ହିଁ ଇରାନ୍‌ର ପରବର୍ତ୍ତୀ ସର୍ବୋଚ୍ଚ ନେତା କିଏ ହେବେ ବୋଲି ପ୍ରଶ୍ନ ଉଠିଛି। ଖାମେନେଇଙ୍କ ଦ୍ୱିତୀୟ ପୁଅ ମୋଜତାବା ଖାମେନେଇ ତାଙ୍କ ଉତ୍ତରାଧିକାରୀ ହୋଇପାରନ୍ତି। ତେବେ ଏହି ପ୍ରକ୍ରିୟାରେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡସ୍ (ଆଇଆରଜିସି) ଏକ ବଡ଼ ଭୂମିକା ଗ୍ରହଣ କରିପାରେ।

ଖାମେନେଇ କିନ୍ତୁ ତାଙ୍କ ପରେ ଇରାନ୍‌ର ସର୍ବୋଚ୍ଚ ନେତା ରୂପେ ନିଜ ପୁଅ ମୋଜତାବା ଖାମେନେଇଙ୍କୁ ଦେଖୁନାହାନ୍ତି। ସୁତରାଂ ତାଙ୍କ ସ୍ଥାନରେ ତାଙ୍କ ନିକଟତମ ସହଯୋଗୀ ରହିଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ କାହାକୁ ଜଣକୁ ଏହି ଗୁରୁଦାୟିତ୍ୱ ମିଳିପାରେ ବୋଲି ଆଶା କରାଯାଉଛି। ତେବେ କ୍ଷମତାର ଲୋଭ କାରଣରୁ ଏହାକୁ ନେଇ ନିଜ ନିଜ ମଧ୍ୟରେ ବିବାଦ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଯଦି ଖାମେନେଇ ନିଜ ପୁଅଙ୍କ ମଧ୍ୟରୁ କାହାକୁ ଏହି ପଦରେ ଅଧିଷ୍ଠିତ କରାଉଛନ୍ତି ତେବେ ଇରାନ୍‌ରେ ତାଙ୍କ ସହଯୋଗୀଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି। ପ୍ରକାଶ, ଚଳିତ ବର୍ଷ ମେ’ ମାସରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଇରାନର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କ ମୃତ୍ୟୁ ପରେ ଖାମେନେଇଙ୍କ ଉତ୍ତରାଧିକାରୀଙ୍କ ସମ୍ପର୍କରେ ଚିନ୍ତା ବଢ଼ିଥିଲା। ରୁହୋଲ୍ଲା ଖାମେନେଇଙ୍କ ମୃତ୍ୟୁ ପରେ ଅର୍ଥାତ୍ ୧୯୮୯ ମସିହାରୁ ଆୟୋତୁଲ୍ଲା ଖାମେନଇ ଇରାନର ସର୍ବୋଚ୍ଚ ନେତା ଭାବରେ କାର୍ଯ୍ୟ କରିଆସୁଛନ୍ତି। ସୂଚନାଯୋଗ୍ୟ, ସର୍ବୋଚ୍ଚ ନେତା ଇରାନରେ ଏକ ଶକ୍ତିଶାଳୀ ପଦ।

ତେବେ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଏଭଳି ଏକ ସମୟରେ ଆସିଛି ଯେତେବେଳେ ଇସ୍ରାଏଲ ଅନେକ ଇରାନ ଟାର୍ଗେଟ୍ ଉପରେ କ୍ଷେପଣାସ୍ତ୍ର ମାଡ଼ ଆରମ୍ଭ କରିଛି। ଆଗାମୀ ଦିନରେ ଇରାନ୍ ମଧ୍ୟ ଇସ୍ରାଏଲ୍ ଉପରେ ପ୍ରତି ଆକ୍ରମଣ କରିବା ନିଶ୍ଚିତ ବୋଲି ଆଶଙ୍କା କରାଯାଉଛି। ସୁତରାଂ ଯିଏ ବି ଖାମେନେଇଙ୍କ ସ୍ଥାନ ଗ୍ରହଣ କରିବ ତାଙ୍କ ଉପରେ ଅତ୍ୟଧିକ ଚାପ ରହିବା ସ୍ୱାଭାବିକ୍‌। ସେହିପରି ଅନ୍ୟଏକ ରିପୋର୍ଟ ଅନୁୂଯାୟୀ ସ୍ୱାସ୍ଥ୍ୟାବସ୍ଥା ଖରାପ ସତ୍ତ୍ୱେ ଖାମେନେଇ ଶନିବାର ଇସ୍ରାଏଲ୍ ପକ୍ଷରୁ ଇରାନ୍ ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ଖାମେନେଇ କହିଛନ୍ତି ଯେ ଇସ୍ରାଏଲ ଆକ୍ରମଣକୁ ଅତିରଞ୍ଜିତ କରି ବଢେଇ ଚଢେଇ ଦେଖାଇବାରେ ଲାଗିଛି। ସାମାନ୍ୟ ଆକ୍ରମଣକୁ ଅତି ବଡ଼ ଆକ୍ରମଣ କରି ଦେଖାଇବା ଇସ୍ରାଏଲ୍ ବନ୍ଦ କରୁ ବୋଲି ସେ କହିଛନ୍ତି। ଖାମେନେଇ ଆଉ ପାଦେ ଆଗେଇ ଯାଇ କହିଛନ୍ତି, ଇରାନ୍‌କୁ ଦୁର୍ବଳ ଭାବିବା ସମ୍ପକୀତ ଇସ୍ରାଏଲ ସରକାରଙ୍କ ଭୁଲ ବୁଝାମଣାକୁ ଖୁବ୍‌ଶୀଘ୍ର ଦୂର କରିଦିଆଯିବ। ଇସ୍ରାଏଲ ଆକ୍ରମଣର ଜବାବ ଦେବାର ଅଧିକାର ଇରାନର ଅଛି। ଇରାନ ରାଷ୍ଟ୍ର ଏବଂ ଏହାର ଯୁବଗୋଷ୍ଠୀଙ୍କ ଶକ୍ତି, ଇଚ୍ଛାଶକ୍ତିକୁ ଇସ୍ରାଏଲକୁ ବୁଝାଇଦିଆଯିବା ଉଚିତ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking